27.1 C
Bhubaneswar
Tuesday, May 7, 2024
Homeଓଡିଶାଦକ୍ଷିଣ ଉପକୂଳ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ

ଦକ୍ଷିଣ ଉପକୂଳ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବଢ଼ିବ ।  ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ବଙ୍ଗୋପସାଗରୀୟ ପବନ ବହିବା କାରଣରୁ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଜିଲ୍ଲାରେ ବିଶେଷ ତାତି ବଢ଼ିବନି । ମଙ୍ଗଳବାର ଓ ଶୁକ୍ରବାର ସାମୟିକ ଭାବେ ୧ଡିଗ୍ରୀ ବଢ଼ିପାରେ । ଦକ୍ଷିଣ ପଶ୍ଚିମ ଆଭ୍ୟନ୍ତରୀଣ ଜିଲ୍ଲାରେ ଆସୁଥିବା ମାଲକାନଗିରିରୁ ସୋନପୁର ଜିଲ୍ଲା ସମେତ ଢେଙ୍କାନାଳ, ଅନୁଗୁଳ, ବୌଦ୍ଧରେ ଆସନ୍ତା ୩ ଦିନରେ ୩ ଡିଗ୍ରୀ ତାପମାତ୍ରା ବଢିବ । ଏଥିରୁ ଅନେକ ସ୍ଥାନରେ ତାପମାତ୍ରା ୪୦ ପାର୍‌ କରିବ ବୋଲି ସେ କହିଛନ୍ତି ।

ଉତ୍ତର ଉପକୂଳ, ମୟୂରଭଞ୍ଜକୁ ଲାଗିଥିବା ଅଞ୍ଚଳ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଆସନ୍ତା ୪ ଦିନ ଭିତରେ ୩ରୁ ୪ ଡିଗ୍ରୀ ପାରଦ ବଢିବ । ୧୮ ତାରିଖରେ ଉପର ବାୟୁମଣ୍ଡଳରେ ପାଗ ମେଘୁଆ ରହିବ । କିନ୍ତୁ ଏହାଦ୍ୱାରା ତାତି କମିବନି ବୋଲି ଶ୍ରୀ ପଶୁପାଳକ କହିଛନ୍ତି । ୧୯ରୁ ୨୪ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା ରହିଛି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୯ ଓ ୨୦ ତାରିଖ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking