29.1 C
Bhubaneswar
Tuesday, May 7, 2024
Homeକରୋନାଅହମ୍ମଦାବାଦ-ସୁରତ ସମେତ ଏହି ୪ ସହରରେ ନାଇଟ କର୍ଫ୍ୟୁ

ଅହମ୍ମଦାବାଦ-ସୁରତ ସମେତ ଏହି ୪ ସହରରେ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ଗୁଜୁରାଟ ରେ କରୋନା ସଂକ୍ରମିତ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ୪ ସହରରେ ନ୍ଧବଙ୍କ କର୍ଫ୍ୟୁ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗୁଜୁରାଟ ସରକାରଙ୍କ ତରଫରୁ ମଙ୍ଗଳବାର ଜାରି ହୋଇଥିବା ଗାଇଡଲାଇନ ଅନୁସାରେ, ଅହମ୍ମଦାବାଦ, ବଡୋଦରା, ସୁରତ ଓ ରାଜକୋଟରେ ୧୭ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରତିଦିନ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲଗାଯିବ ।

କହିରଖୁଛୁ ଯେ, ଗୁଜୁରାଟରେ କରୋନା ଗ୍ରାଫ ପୁଣି ଥରେ ବଢିବାରେ ଲାଗିଛି । ସୋମବାର ରାଜ୍ୟରେ ୨୪ ଘଣ୍ଟାରେ ୮୯୦ ମାମଲା ରେକର୍ଡ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ମ୍ୟାଚ ଆୟୋଜିତ କରାଯିବାକୁ ଫଇସଲା ହୋଇଛି । ଭାରତ-ଇଂଲଣ୍ଡ ମଧ୍ୟରେ ଆଜି ୩ୟ ଟି-୨୦ ମ୍ୟାଚ ଖେଳାଯିବ । ହେଲେ ଦର୍ଶକଙ୍କ ବିନା ଏହା ଅନୁଷ୍ଠିତ ହେବ ।

ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ପରିଲକ୍ଷିତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି । ବୁଧବାର ଦ୍ୱିପ୍ରହର ସାଢେ ୧୨ଟାରେ ବୈଠକ ହେବ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ଉପାୟ ଏବଂ ଟିକାକରଣ ନେଇ ଚର୍ଚ୍ଚା କରିପାରନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking