32.1 C
Bhubaneswar
Friday, April 26, 2024
Homeକୃଷିକୃଷି ଓଡିଶା – ୨୦୨୧ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

କୃଷି ଓଡିଶା – ୨୦୨୧ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀମାନଙ୍କୁ କହିଛନ୍ତି ‘କୃଷି ଓଡିଶା -୨୦୨୧ ଅବସରରେ ଆମର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ମୋର ଶୁରଭଚ୍ଛା ଜଣାଉଛି ।
କୃଷି ଓଡିଶା ଆମର ସଫଳ ଚାଷୀ ମାନଙ୍କର ଏକ ସୁନ୍ଦର ସମାବେଶ ।
ଖୁସି ର କଥା ପ୍ରତି ବର୍ଷ ଏଥିରେ ଅଧିକରୁ ଅଧିକ ଚାଷୀ ଭାଗ ନେଉଛନ୍ତି ।
ଆମର ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସେମାନଙ୍କର ଦକ୍ଷତା ଓ ସଫଳତାକୁ
ମନାଇବା ପାଇଁ କୃଷି ଓଡିଶା ସୁଯୋଗ ସୃଷ୍ଟି କରିଛି । ଚାଷୀ
ଭାଇଙ୍କର ସର୍ବୋତ୍ତମ ଅଭ୍ୟାସ ବିଷୟରେ ଜଣାଇବାକୁ ଅନ୍ୟମାନଙ୍କ ପାଇଁ
ସୁଯୋଗ ସୃଷ୍ଟି କରିଛି ।
ଖୁଶିର କଥା ଆମର ଚାଷୀଭାଇଙ୍କ ସଫଳ କାହାଣୀ ଆଜିକାଲି ଖବର
କାଗଜ ଓ ମିଡିଆ ରେ ବହୁତ ସୁନ୍ଦର ଭାବରେ ପ୍ରକାଶ ପାଉଛି । କେତେକ
ସ୍ଥାନରେ ଲାକମାନେ ଚାକିରି ଛାଡି ଚାଷକୁ ପସନ୍ଦ କରୁ ଥିବା ଖବର ମଧ୍ୟ
ଆସୁଛି । ବିଶେଷ କରି ଉଦୟାନ କୃଷି ଫସଲ ଅଧିକ ଲାଭଜନକ ହୋଇ
ପାରୁ ଛି ।
ମିଲେଟ୍ ମିଶନ୍ ରେ ଆମ ରାଜୟ ସାରା ଦେଶର ଦୃଷ୍ଟି ଆକର୍ଷଣ
କରିପାରିଛି । କଳାହାଣ୍ଡିର ଚାଷୀ ମାଛ ଚାଷରେ ସାରା ଦେଶରେ ପ୍ରଥମ
ହୋଇଛି । ଆମର ଚାଷୀ ଭାଇ ଭଉଣୀଙ୍କର ସଫଳତା ପାଇଁ ମୁ ଗବିତ ।
ଓଡିଶାର ଚାଷୀ କାହାଠାରୁ କମ ନୁହନ୍ତି ।
ଆପଣ ଜାଣନ୍ତି କରୋନା ଦେଶର ଅର୍ଥନିତୀକୁ ବିଶେଷ ଭାବରେ
ପ୍ରଭାବିତ କରିଛି କିନ୍ତୁ, ଆମର କୃଷି ରକ୍ଷତ୍ର ହି ସଞ୍ଜିବନୀ ପରି ଆମ ଅର୍ଥନିତୀକୁ
ଶକ୍ତି ଦେଇଛି । ଚାଷୀର ପରିଶ୍ରମ ଓ ତ୍ୟାଗକୁ ମୁ ସମ୍ମାନ ଜଣାଉଛି ।
ବର୍ତ୍ଷମାନ ରାଜ୍ୟରେ କରୋନା ପାଇଁ ଟିକାକରଣ ଚାଲୁ ରହିଛି । ମୋର
ଅନୁରୋଧ ଆପଣ ମାନେ ପାଳି ଅନୁଯାୟୀ ଟୀକା ନିଶ୍ଚୟ ନିଅନ୍ତୁ ।
ଚାଷୀ ତା’ର ଉତ୍ପାଦିତ ଜିନିଷର ଉଚିତ ମୂଲ୍ୟ ପାଇବ, ଠିକ
ସମୟରେ ସାର , ବିହନ, ଋଣ ସହାୟତା ପାଇବ ତା’ ଉପରେ ମୁ ସବୁବେଳେ
ଗୁରୁତ୍ୱ ଦେଉଛି । ବାର୍ତ୍ଷମାନ ସୁଦ୍ଧା ଆମ ରାଜ୍ୟରେ ଚାଷୀ ମାନଙ୍କୁ ୨୦ ହଜାର
କୋଟି ରୁ ଅଧିକ ଟଙ୍କା ଋଣ ଆକାରରେ ଯୋଗାଇ ଦିଆଯାଇଛି । କାଳିଆ
ଯୋଜନାରେ ଚାଷୀ ମାନଙ୍କୁ ନିକଟରେ ୧୨୭୨ କୋଟି ଟଙ୍କା ସହାୟତା ଦିଆ
ଯାଇଛି । ଏମଏସପି ବୃଦ୍ଧି ପାଇଁ ଆମ ଲଢେଇ ଜାରି ରହିଛି ଓ ରହିବ ।
ମୋର ଅନୁରରାଧ ଆପଣମାନେ ସରକାରଙ୍କର ବିଭିନ୍ନ ଯୋଜନାର
ସୁଯୋଗ ନିଅନ୍ତୁ । ନୂଆ ନୂଆ ବୈଷୟିକ କୌଶଳର ପ୍ରଯୋଗ କରନ୍ତୁ । ଫସଲ
ବିବିଧକରଣ ଉପରେ ଗୁରୁ ତ୍ଵ ଦିଅନ୍ତୁ ଓ ନିଜ ରୋଜଗାର ବଢ଼ାନ୍ତୁ ।
ମୁ ସବୁବେଳେ ଚାଷୀ ଭାଇ ଭଉଣୀ ମାନଙ୍କ ସହିତ ରହିଛି ଓ
ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking