29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମହିଳା କ୍ରିକେଟ ର ସଚ୍ଚିନ ତେନ୍ଦୁଲକର : ମିଥାଲି ରାଜ

ମହିଳା କ୍ରିକେଟ ର ସଚ୍ଚିନ ତେନ୍ଦୁଲକର : ମିଥାଲି ରାଜ

ନୂଆଦିଲ୍ଲୀ : ମିଥାଲି ରାଜ । ମହିଳା କ୍ରିକେଟରେ ୧୦,୦୦୦ ରନ ପୁରଣ କରିଥିବା ପ୍ରଥମ କ୍ରିକେଟର । ମିତାଲି ଜଣେ ଅତି ସାଧାରଣ ଝିଅ । ଏହି ଭାରତୀୟ କ୍ରିକେଟ କ୍ୟାପଟେନଙ୍କ ଜନ୍ମ ୧୯୮୨ରେ ଜୋଧପୁରରେ ହୋଇଥିଲା । ତାଙ୍କ ପିତା ଦୁରାଇ ରାଜ ଏୟାର ଫୋର୍ସରେ ଅଫିସର ର‌୍ୟାଙ୍କରେ କାର୍ଯ୍ୟରତ ଥିଲେ । ମିଥାଲିଙ୍କ ମା’ ଲିଲା ରାଜ ମଧ୍ୟ କ୍ରିକେଟ ପ୍ରେମୀ ଅଟନ୍ତି । ସେ ନିଜେ ମଧ୍ୟ ତାଙ୍କ ସମୟରେ କ୍ରିକେଟ ଖେଳୁଥିଲେ । ପରିବାରରୁ ହିଁ କ୍ରିକେଟ ଖେଳିବା ପାଇଁ ସୁଯୋଗ ମିଳିଥିବା ମିଥାଲିଙ୍କ ବାଲ୍ୟ ଜୀବନ ଶାସ୍ତ୍ରୀୟ ନୃତ୍ୟ ଶିଖିବାରେ କଟିଥିଲା । ଏକ ତାମିଲ ପରିବାରରେ ଜନ୍ମ ହୋଇଥିବାରୁ ତାଙ୍କର ନୃତ୍ୟ ପ୍ରତି ଦୁର୍ବଳତା ରହିଥିଲା । କିନ୍ତୁ ମିଥାଲି ଛୋଟ ଦିନୁ ଅଳସ ଥିଲେ ଯାହା ତାଙ୍କ ପିତାଙ୍କୁ ନାପସନ୍ଦ ଥିଲା ।
ତେଣୁ ସେ ମିଥାଲଙ୍କୁ ୧୦ ବର୍ଷ ବୟସରୁ ବ୍ୟାଟ ଧରାଇଥିଲେ ଓ ଖେଳିବାକୁ ପଠାଇଥିଲେ । ଏହାପରେ ଧିରେ ଧିରେ ମିତାଲିଙ୍କର ମଧ୍ୟ ଏହି ଖେଳରେ ରୁଚି ବଢିବାକୁ ଲାଗିଲା ଓ ସେ କ୍ରିକେଟରେ ନିଜ ଭବିଶ୍ୟତ କରିବା ପାଇଁ ଭାବିଥିଲେ ।

ବିଦ୍ୟାଳୟରେ ପଢିବା ସମୟରେ ମିଥାଲି ପୁଅ ମାନଙ୍କ ସହ କ୍ରିକେଟ ଖେଳୁଥିଲେ । ଏହା ତାଙ୍କ ଖେଳକୁ ଆହୁରି ଆଗକୁ ନେବାରେ ସାହାଯ୍ୟ କଲା । ଏହା ପରେ ୧୭ ବର୍ଷ ବୟସରେ ମିଥାଲିଙ୍କୁ ଭାରତ କ୍ରିକେଟ ଟିମରେ ଖେଳିବାକୁ ସୁଯୋଗ ମିଳିଲା । ୧୯୮୯ ରେ ଆୟରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚ ଖେଳି ସେ ନିଜ କ୍ୟାରିଅର ଶୁଭାରମ୍ଭ କରିଥିଲେ ।

ପ୍ରଥମ ମ୍ୟାଚରେ ୧୧୪ ରନ କରି ମିଥାଲି କ୍ରିକେଟ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଏହିପରି ଭାବେ ୨୦୦୨ରେ ମିଥାଲଙ୍କୁ ଭାରତୀୟ ଟେଷ୍ଟମ୍ୟାଚ ଖେଳିବା ପାଇଁ ସୁଯୋଗ ମିଳିଥିଲା । ଇଂଲଣ୍ଡ ବିପକ୍ଷରେ ଲକ୍ଷେ୍ନାରେ ସେ ଟେଷ୍ଟ ମ୍ୟାଚ ଖେଳିଥିଲେ । ୨୦୦୪ରେ ମିଥାଲିଙ୍କୁ ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ବନାଯାଇଥିଲା । ତାଙ୍କ ନେତୃତ୍ୟରେ ଭାରତୀୟ ଟିମ ୨୦୦୫ରେ ବିଶ୍ୱକପର ଫାଇନାଲ ଯାଏଁ ପହଞ୍ଚିଥିଲା ଓ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା ।

କ୍ରିକେଟରେ ମିଥାଲି ଙ୍କ ଏହି ଯୋଗଦାନ ଯୋଗୁଁ ତାଙ୍କୁ ୨୦୦୨ରେ ଅର୍ଜୁନ ପୁରସ୍କାର ଓ ୨୦୧୫ରେ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା ।
ମିଥାଲି ଭାରତୀୟ ଟିମ ପାଇଁ ମୋଟ ୮୦୦୦ରୁ ଅଧିକ ରନ ବନାଇଛନ୍ତି । ଯେଉଁଥିରେ ୭ ଟି ଶତକ ଓ ୫୩ ଟି ଅର୍ଦ୍ଧ ଶତକ ସାମିଲ ଅଛି । ଭାରତ ର ଏହି ମହିଳା କ୍ରିକେଟରଙ୍କୁ ପୂରା ଦେଶ ସଲାମ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking