29.1 C
Bhubaneswar
Saturday, April 27, 2024
Homeଓଡିଶା୬ ସହର ୪୦ ଉପରେ

୬ ସହର ୪୦ ଉପରେ

ଭୁବନେଶ୍ୱର: ଆଜି ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୨ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସର୍ବାଧିକ ଉତ୍ତପ୍ତ ସହର । ଅନୁଗୁଳ ୪୧.୭, ସୋନପୁର ୪୧, ତାଳଚେର ୪୦.୧, ବାରିପଦା ଓ ଟିଟିଲାଗଡ ୪୦, ଭୁବନେଶ୍ୱର ୩୯.୦୨, କଟକ ୩୭.୬, ଡିଗ୍ରୀ ରହିଛି । ସହରରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢିବାରେ ଲାଗିଛି । ତାତି ବଢିବା ସହିତ ରାସ୍ତାରେ ଯାତ୍ରୀଙ୍କୁ ପିଇବା ପାଣି ମିଳିବା ସମସ୍ୟା ଦେଖାଦେଇଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେତେକ ଜାଗାରେ କାଳବୈଶାଖୀ ବର୍ଷା ସମ୍ଭାବନା ମଧ୍ୟ ରହିଛି। ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking