28.1 C
Bhubaneswar
Saturday, April 27, 2024
HomeUncategorizedଆଇପିଏଲରେ ସବୁଠୁ ମହଙ୍ଗା ଖେଳାଳୀ

ଆଇପିଏଲରେ ସବୁଠୁ ମହଙ୍ଗା ଖେଳାଳୀ

ନୂଆଦିଲ୍ଲୀ: କ୍ରିକେଟ ଦୁନିଆରେ ନୁଆ ଯୁଗ ସୃଷ୍ଟି କରିଥିବା ଆଇପିଏଲରେ ଏମିତି ମହଙ୍ଗା ଖେଳାଳୀ ରହିଛନ୍ତି, ଯାହାକୁ ଫ୍ରାଂଚାଇଜମାନେ କୋଟି କୋଟି ଟଙ୍କାରେ ଅକ୍ସନ ଡାକନ୍ତି । ତେବେ ଆସନ୍ତୁ ଜାଣିବା କିଏ ସେହି ଖେଳାଳୀମାନେ ? ଯଦି ୨୦୧୯ ମସିହା କଥା କହିବା, ତେବେ ୩ ଜଣ ହେଉଛନ୍ତି ସବୁଠୁ ମୋଷ୍ଟ ଏକ୍ସପେନସିଭ ଖେଳାଳୀ । ଏମାନଙ୍କ ମଧ୍ୟରେ ତୃତୀୟରେ ରହିଛନ୍ତି ଇଂଲଣ୍ଡର ସାମ୍ କୁରନ । ଯିଏ କିଙ୍ଗସ ପଂଜାବ ଇଲେଭେନ ତରଫରୁ ଖେଳିବେ । ଆଉ ସାମଙ୍କୁ ପଂଜାବ ପ୍ରାୟ ୭ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି । ଆହାପରେ ପରୁଣ ଚକ୍ରବର୍ତୀ । ସେ ମଧ୍ୟ କିଙ୍ଗସ ପଂଜାବ ଇଲେଭେନ ତରଫରୁ ଖେଳିବେ । ତେବେ ତାଙ୍କୁ ପଂଜାବ ୮ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି । ତେବେ ସବୁଠୁ ମହଙ୍ଗା ଖେଳାଳୀ ହେଉଛନ୍ତି ଜୟଦେବ ଉନ୍ନଡକଟ । ଯିଏ ରାଜସ୍ଥାନ ରୟାଲ୍ସ ତରଫରୁ ଖେଳିବେ । ଯାହାକୁ ରାଜସ୍ଥାନ ୮ କୋଟି ୪୦ ଲକ୍ଷ ଟଙ୍କାରେ କିଣିଛି । ଏହାପରେ ଆଇପିଏଲର ସବୁଠୁ ମହଙ୍ଗା ଖେଳାଳୀ ହେଉଛନ୍ତି କେ ଏଲ ରାହୁଲ । ଯାହାକୁ କିଙ୍ଗସ ଇଲେଭେନ ପଂଜାବ ୧୧ କୋଟି ଟଙ୍କାରେ କିଣିଥିଲା । ଏହାପରେ ଥିଲେ ମନୀଷ ପାଣ୍ଡେ । ଯାହାକୁ ହାଇଦ୍ରାବାଦ ୧୧ କୋଟି ଟଙ୍କାରେ କିଣିଥିଲା । ଆଉ ଏହାପରେ ଥିଲେ ରାଜସ୍ଥାନ ରୟାଲ୍ସର ଜୟଦେବ ଉନ୍ନାଡକଟ । ଯାହାକୁ ରାଜସ୍ଥାନ ୧୧ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲା ।
ଏମାନଙ୍କ ବ୍ୟତୀତ ଆଇପିଏଲର ସବୁଠୁ ଦାମୀ ଖେଳାଳୀ ଥିଲେ ଇଂଲଣ୍ଡର ବେନ୍ ଷ୍ଟ୍ରକ୍ସ । ଯାହାକୁ ରାଜସ୍ଥାନ ୧୨ କୋଟି ୫୦ ଲକ୍ଷରେ କିଣିଥିଲା । ଏହାସହ ଆଇପିଏଲ ୨୦୧୭ର ଦାମୀ ଖେଳାଳୀ ଥିଲେ ସାଉଥ ଆଫ୍ରିକାର ତୃତୀୟ ଦାମୀ ଖେଳାଳୀ କାଗିସୋ ରାବାଡା । ଯାହାକୁ ଦିଲ୍ଲୀ ଡେୟାର ଡେଭିଲ୍ସ ୫ କୋଟି ଟଙ୍କାରେ କିଣିଥିଲା । ତାଙ୍କ ପରେ ଟିମଲ ମିଲ୍ସ ଥିଲେ । ଯାହାକୁ ବେଙ୍ଗାଲୁରୁ ୧୨ କୋଟି ଟଙ୍କାରେ କିଣିଥିଲା । ଏମାନଙ୍କ ବ୍ୟତୀତ ସବୁଠୁ ମହଙ୍ଗା ଖେଳାଳୀ ଥିଲେ ବେନ ଷ୍ଟୋକ୍ସ । ଯାହାକୁ ରାଇସିଂ ପୁନେ ୧୪ କୋଟି ୫୦ ଲକ୍ଷ ଟଙ୍କାରେ କିଣିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking