29.1 C
Bhubaneswar
Thursday, April 25, 2024
HomeUncategorizedଆଇପିଏଲ ବିଷୟରେ କିଛି ଅଜଣା ତଥ୍ୟ

ଆଇପିଏଲ ବିଷୟରେ କିଛି ଅଜଣା ତଥ୍ୟ

ନୂଆଦିଲ୍ଲୀ : ଆପଣ ଜାଣିଛନ୍ତି ଆଇପିଏଲର ପ୍ରତି ସିଜିନ ବିବାଦରେ ଭରି ରହିଛି । ହେଲେ ଏମିତି କିଛି ତଥ୍ୟ ରହିଛି ଯାହାକୁ ଆପଣ ଜାଣିନାହାନ୍ତି । ଆଇପିଏଲ ଇତିହାସରେ ଏଭଳି ଏକ ଟୁର୍ଣ୍ଣାମେଂଟ, ଯେଉଁଥିରେ ପ୍ରଥମ ଥର ପାଇଁ ଏକାସାଙ୍ଗରେ ୪ ଜଣ ମହିଳା କମେଟେଂଟର ଭାଗ ନେଇଥିଲେ । ଏଭଳି ଘଟଣା ୨୦୧୫ ଆଇପିଏଲ ଟୁର୍ଣ୍ଣାମେଂଟରେ ହୋଇଥିଲା । ଏହି କମେଟେଂଟରମାନେ ଥିଲେ ଅଂଜୁମ ଚୋପ୍ରା, ଯିଏ ଭାରତରୁ ଥିଲେ । ପତେ ଥିଲେ ଲିସା ଷ୍ଟାଲେକର ଓ ଅଷ୍ଟ୍ରେଲିଆର ମେଲାନି ଜୋନ୍ସ ଏବଂ ଇଶା ଗୁହା ଯିଏ ଇଂଲଣ୍ଡରୁ ଥିଲେ । ଏହି ୪ କମେଟେଂଟର ନିଜ ଦେଶର ପୂର୍ବ କ୍ରିକେଟର ଭାବେ ମଧ୍ୟ ଖେଳିସାରିଛନ୍ତି । ଆଇପିଏଲର ଏଭଳି ୨ କ୍ରିକେଟର ଯିଏ ଆଇପିଏଲର ୬ଟି ଲେଖାଏଁ ଟିମରେ ଖେଳିଛନ୍ତି । ସେ ହେଉଛନ୍ତି ପାର୍ଥିବ ପଟେଲ ଓ ଆରୋନ ଫିଂଚ୍ ।
ସବୁଠୁ ଅଧିକ ଥର ମ୍ୟାନ ଅଫ୍ ଦ ମ୍ୟାଚ ହୋଇଥିବା ଖେଳାଳୀ ହେଉଛନ୍ତି ୟୁସୁଫ୍ ପଠାନ । ଯିଏ ଭାରତୀୟ ଦଳର ଦୃତ ବୋଲର ଓ ବିନାଶକାରୀ ବୋଲର ଭାବେ ଜଣାଶୁଣା । ଅନ୍ୟପଟେ ଗୌତମ ଗମ୍ଭୀରବ୍‌କ ଆଇପିଏଲରେ ସବୁଠୁ ଖରାପ ଖେଳ ପ୍ରଦର୍ଶନ ରହିଥିବା ଜଣାଯାଏ । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିକ ମାତ୍ରାରେ ଜିତିଥିବା ବେଳେ ଦିଲ୍ଲୀ ଡେୟାର ଡେଭିଲ୍ସ ଅଧିକ ଥର ହାରିଛି । ଧୋନୀ ହେଉଛନ୍ତି ଜମେ ସଫଳ ଅଧିନାୟକ । ଯାହାର ପ୍ରମାଣ ଆଇପିଏଲରେ ଦେଖିବାକୁ ମିଳିଛି । ଧୋନୀ ଯେଉଁ ଟିମରେ ଅଧିନାୟକତ୍ୱ କରିଛନ୍ତି, ସେହି ଟିମ୍ ସେମିଫାଇନାଲ ପର୍ଯ୍ୟନ୍ତ ନିହାତି ଭାବରେ ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking