କେତେ ଲୋକପ୍ରିୟ ଆଇପିଏଲ ?

ନୂଆଦିଲ୍ଲୀ : ୨୦୦୭ରେ ଏହା ଆରମ୍ଭ ହେବା ପରେ ଧିରେଧିରେ ଏହା ଉପରେ ଅକ୍ସନ ଲାଗିବା ଆରମ୍ଭ ହୋଇଥିଲା । ୨୪ ଜାନୁୟାରୀ ୨୦୦୮ରେ ଟିମର ଅକ୍ସନ ଆରମ୍ଭ ହୋଇଥିଲା । ଯେଉଁଥିରେ ଅଲଗା ଅଲଗା ଫ୍ରାଂଚାଇଜ ଦ୍ୱାରା ସହରରେ ଥିବା ଟିମ୍ ଉପରେ ଅକ୍ସନ ଲଗାଗଲା । ଏହିପରି ବ୍ୟାଙ୍ଗଲୋର, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, ଜୟପୁର, ମୋହାଲି ଓ ମୁମ୍ବାଇକୁ କିଣାଗଲା । ଟିମ ଉପରେ ଅକ୍ସନ ଲାଗିବା ପରେ ଖେଳାଳୀଙ୍କ ଉପରେ ଅକ୍ସନ ଡାକିବା ଆରମ୍ଭ ହୋଇଥିଲା । ପ୍ରତ୍ୟକ ଟିମ୍ ନିଜ ପସନ୍ଦ ଅନୁସାରେ ଖେଳାଳୀଙ୍କୁ କିଣିଥିଲେ । ଆଉ ଯେତେବେଳେ ଏହି ପ୍ରକ୍ରିୟା ଶେଷ ହେଲା, ସେତେବେଳେ ୮ଟି ଯାକ ଟିମ୍ ନିଜର ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ ହୋଇଥିଲେ । ଆଇପିଏଲର ପ୍ରଥମ ସିଜିନ ୧୮ ଏପ୍ରିଲ ୨୦୦୮ରେ ଆରମ୍ଭ ହୋଇଥିଲା । ନିଜର ଆରମ୍ଭ ସହ କ୍ରିକେଟର ଏକ ନୂଆ ଯୁଗ ମଧ୍ୟ ଆରମ୍ଭ ହୋଇଥିଲା । ଆଇପିଏଲର ପ୍ରଥମ ସିଜିନ ବେଶ୍ ସଫଳତା ଲାଭ କରିଥିଲା । ଆଉ ଏହାର ଫାଇନାଲ ମ୍ୟାଚକୁ ରାଜସ୍ଥାନ ରୟାଲ ଜିତି ନେଇଥିଲା । ଏଥିରୁ ଆପଣ ଆଇପିଏଲର ସଫଳତା ବିଷୟରେ ଜାଣିପାରୁଥିବେ । ପ୍ରଥମ ସିଜିନକୁ ଷ୍ଟାଡିୟମରେ ପ୍ରାୟ ୩୪ ଲକ୍ଷ ୨୨ ହଜାର ଦର୍ଶକ ଦେଖିଥିଲେ ।
ଏହି ସିଜିନରେ ଅଷ୍ର୍ଟ୍ରେଲିଆ କ୍ରିକେଟର ସନ୍ ମାର୍ଶ ସବୁଠୁ ଅଧିକ ୬୧୬ ରନ୍ କରିଥିଲେ । ଏହାସହ ପାକିସ୍ତାନ କ୍ରିକେଟର ସୋହାଲି ତନଭିର୍ ସବୁଠୁ ଅଧିକ ୨୨ଟି ଓକିଟ ନେଇଥିଲେ । ନିୟମ ଅନୁସାରେ, ଆଇପିଏଲରେ ସବୁଠୁ ଅଧିକ ରନ ବନେଇଥିବା ଖେଳାଳୀଙ୍କ ପାଖରେ କମଳା ରଂଗର କ୍ୟାପ ଓ ଅଧିକ ଓକିଟ ନେଇଥିବା ଖେଳାଳୀଙ୍କ ପାଖରେ ବାଇଗଣୀ ରଂଗର କ୍ୟାପ ରହିଥାଏ । ଏଥିରୁ ତ ସ୍ପଷ୍ଟ ହୋଇଯାଇଥିଲା ଯେ, ଆଇପିଏଲର ଆଗାମୀ ସିଜିନରେ ହେବାକୁ ଥିବା ଟୁର୍ଣ୍ଣାମେଂଟ ଆହୁରି ଅଧିକ ରୋମାଂଚକର ହେବ । ସେହିଭଳି ୨୦୦୯ରେ ଆଇପିଏଲର ମୁକାବିଲା ଭାରତ ପରିବର୍ତେ ସାଉଥ ଆଫ୍ରିକାରେ ହୋଷ୍ଟ କରାଯ୍ଧବଥିଲା । ଆଉ ଆଇପିଏଲର ଦ୍ୱିତୀୟ ସିଜିନକୁ ଡେକାନ ଚାର୍ଜର୍ସ ଜିତି ନେଇଥିଲା । ଏହି ଟୁର୍ଣ୍ଣାମେଂଟକୁ ଭାରତରେ ୨୦୦ ମିଲିନିୟମ ଲୋକ ଟିଭିରେ ଦେଖିଥିଲେ । ଏହି ସିଜିନରେ ମାଥ୍ୟୁ ହାଡନ ସର୍ବାଧିକ ୫୭୨ ରନ କରି ସବୁଠୁ ଅଧିକ ରନ୍ କରିଥିବା ଖେଳାଳୀ ହୋଇପାରିଥିଲେ । ଅନ୍ୟପଟେ ଆରପି ସିଂ ସର୍ବାଧିକ ୨୩ ଓକେଟ ନେଇ ବେଷ୍ଟ ବୋଲର ଭାବେ ପ୍ରମାଣିତ ହୋଇଥିଲେ ।