26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶପିଠି ଯନ୍ତ୍ରଣା ହେବାର ୪ଟି ବଡ଼ କାରଣ

ପିଠି ଯନ୍ତ୍ରଣା ହେବାର ୪ଟି ବଡ଼ କାରଣ

ନୂଆଦିଲ୍ଲୀ : ବ୍ୟାକ୍‌ ପେନ୍‌ ବା ପିଠି ଯନ୍ତ୍ରଣା ଅନେକ କାରଣରୁ ହୋଇପାରେ। ହେଲେ ଆଜିକାଲି ବଦଳୁଥିବା ଲାଇଫ୍‌ଷ୍ଟାଇଲ୍ ଯୋଗୁଁ ମଧ୍ୟ ଅଧିକାଂଶ ଲୋକଙ୍କ  ପିଠିରେ ଯନ୍ତ୍ରଣା  ହୋଇଥାଏ । ଖରାପ ଖାଦ୍ୟ ପେୟ ଓ ବ୍ୟାୟାମ ନକରିବା ଯୋଗୁଁ ମଧ୍ୟ ଯୁବପିଢ଼ିଙ୍କୁ ୩୦ ବର୍ଷ ପୂର୍ବରୁ ପିଠି ଯନ୍ତ୍ରଣାର ଶିକାର ହେବାକୁ ପଡ଼ିଥାଏ । ବିଶେଷକରି ଏହି ସମସ୍ୟା ପାଇଁ ୪ଟି ପ୍ରମୁଖ କାରଣ ରହିଛି । ଯେଉଁଠି ପାଇଁ ବ୍ୟାକ୍‌ ପେନ୍‌ ଆରମ୍ଭ ହୁଏ । ଆପଣ ଚାହଁଲେ ଆପଣଙ୍କର ଏହି ୪ଟି ଖରାପ ଅଭ୍ୟାସକୁ ପରିବର୍ତ୍ତନ କରି ସୁନ୍ଦର ଓ ସୁସ୍ଥ ଜୀବନ ବିତେଇ ପାରିବେ ।

  ବ୍ୟାୟାମ ନକଲେ – ବ୍ୟାକ୍‌ପେନ୍‌ ବା ପିଠି ଯନ୍ତ୍ରଣାର ସବୁଠୁ ବଡ଼ କାରଣ ବ୍ୟାୟାମ ନକରିବା ।  ବ୍ୟସ୍ତ ଜୀବନଶୈଳୀରେ ଅଧିକାଂଶ ଲୋକ ଗୋଟିଏ ସ୍ଥାନରେ ଅଧିକ ସମୟ ଧରି ବସି କାମ କରିଥାନ୍ତି , ଯେଉଁଥି ପାଇଁ ପିଠି ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଏଥିପାଇଁ ଦୈନିକ ଜୀବନରେ କିଛି କିଛି ସମୟ ଏକ୍ସରସାଇଜ୍‌ ବା ବ୍ୟାୟାମ କରିବା ଉଚିତ ।

 କ୍ୟାଲସିୟମର ଅଭାବରୁ ବି ଯନ୍ତ୍ରଣା ହୋଇଥାଏ – ଶରୀରରେ କ୍ୟାଲସିୟମର ଅଭାବରୁ ବି ପିଠି ଯନ୍ତ୍ରଣାର ଶିକାର ହେବାକୁ ପଡ଼ିଥାଏ । ଯେବେ ଆପଣଙ୍କର ଶରୀରରେ କ୍ୟାଲସିୟମ ହ୍ରାସ ପାଏ , ଆପଣଙ୍କର ହାଡ଼ ଦୁର୍ବଳ ହେବାକୁ ଲାଗେ ଏବଂ ଏହି ସ୍ଥିତିରେ ଆପଣଙ୍କର ପିଠି ଯନ୍ତ୍ରଣା ହେବା ଆରମ୍ଭ ହୋଇଯାଏ । ଏଥିପାଇଁ ଡାଏଟିଂରେ କ୍ୟାଲେସିୟମ ଯୁକ୍ତ ଆହାର ନିଶ୍ଚୟ ସାମିଲ କରନ୍ତୁ ।

ପାଣି କମ୍ ପିଇଲେ ବି ପିଠି ଯନ୍ତ୍ରଣା ହୁଏ – ପାଣି ପିଇବା କମାଇ ଦେଲେ ବି ପିଠି ଯନ୍ତ୍ରଣା ଆରମ୍ଭ ହୁଏ । ସମସ୍ତେ ଜାଣନ୍ତି ଶରୀର ପାଇଁ ପାଣି କେତେ ମହତ୍ତ୍ୱପୂର୍ଣ୍ଣ । ଏଥିପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ , ଯାହାକି ଆପଣଙ୍କର ଶରୀର ହାଇଡ୍ରେଟ୍‌ ରହିବ ଏବଂ କୌଣସି ପ୍ରକାରର ଯନ୍ତ୍ରଣା ହେବ ନାହିଁ ।

  ଅଧିକ ସମୟ ଯାଏ ଗୋଟିଏ ସ୍ଥାନରେ ବସି କାମ କରିବା – ଏମିତି ଲୋକ ଯେଉଁମାନେ ଗୋଟିଏ ସ୍ଥାନରେ ବସି କାମ କରିଥାନ୍ତି  ତ ଶୀଘ୍ର ସତର୍କ ହୋଇ ଯାଆନ୍ତି । କାରଣ ଏମିତି କରିବାରେ ଆପଣଙ୍କର ପିଠି ଯନ୍ତ୍ରଣା ଖୁବ୍ ଶୀଘ୍ର ଆରମ୍ଭ ହୋଇଯାଏ । କିଛି ସମୟ ବୁଲା ବୁଲି କରନ୍ତୁ । ଶରୀରକୁ ମୁକ୍ତ ରଖନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking