38.1 C
Bhubaneswar
Friday, April 26, 2024
Homeଓଡିଶାହାଇସ୍କୁଲ୍‌ରେ ୯ ଶିକ୍ଷକ ପଦ ଖାଲି, ସ୍କୁଲ୍‌ରେ ତାଲା ପକାଇବାକୁ ଅଭିଭାବକଙ୍କ ଚେତାବନୀ

ହାଇସ୍କୁଲ୍‌ରେ ୯ ଶିକ୍ଷକ ପଦ ଖାଲି, ସ୍କୁଲ୍‌ରେ ତାଲା ପକାଇବାକୁ ଅଭିଭାବକଙ୍କ ଚେତାବନୀ

କଟକ: କଟକ ଜିଲ୍ଲା ନିଆଳି ବ୍ଲକ୍ ସ୍ଥିତ ଏକବେରୁହାଁ ଜଗନ୍ନାଥ ସରକାରୀ ହାଇସ୍କୁଲ୍‌ରେ ଶିକ୍ଷକ ଅଭାବ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସ୍କୁଲ୍‌ରେ ୧ମରୁ ଦଶମ ପର୍ଯ୍ୟନ୍ତ ପାଠ ପଢ଼ା ହେଉଥିବା ବେଳେ ୯ଟି ଶିକ୍ଷକ ପଦବୀ ଖାଲି ଥିବାରୁ ପାଠପଢ଼ାରେ ଘୋର୍ ବ୍ୟାଘାତ ସୃଷ୍ଟି ହେଉଥିବା ଗୁରୁତର ଅଭିଯୋଗ ହେଉଛି । କିରାଣି, ସଂସ୍କୃତ ଶିକ୍ଷକ, କମ୍ପ୍ୟୁଟର୍ ଶିକ୍ଷକରେ ଦୁଇଟି ଲେଖାଏଁ ଏବଂ ଅନ୍ୟାନ୍ୟ ବିଷୟରେ ଶିକ୍ଷକ ପଦବୀ ଖାଲି ପଡ଼ିଛି । ସେହିପରି ଓଡ଼ିଆ ଏବଂ ହିନ୍ଦୀ ଶିକ୍ଷକମାନେ ସପ୍ତାହରେ ୪ ଦିନ ଅନ୍ୟ ସ୍କୁଲ୍‌କୁ ଡେପୁଟେସନ୍‌ରେ ଯାଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର୍ ଅସନ୍ତୋଷ ପରିଲକ୍ଷିତ ହୋଇଛି । ସ୍ଥଶନୀୟ ସରପଞ୍ଚ ତଥା ଅଭିଭାବକ କହିଛନ୍ତି ଯେ, ଗୋଟିଏ ହାଇସ୍କୁଲ୍‌ରେ ୯ ଶିକ୍ଷକ ପଦ ଖାଲି ପଡ଼ିବା କିଛି ଛୋଟିଆ କଥା ନୁହେଁ । ଜଣେ ଶିକ୍ଷକ ମାତ୍ର ୩ରୁ ୪ଟି କ୍ଲାସ୍ ସମ୍ଭାଳୁଥିବା ବେଳେ ପଢ଼ାଇବାକୁ ତାଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ଶିକ୍ଷକ କେବଳ ପିଲାଙ୍କୁ ଜଗିବା ଛଡ଼ା ତାଙ୍କ ପାଖରେ ଆଉ କିଛି ଉପାୟ ନାହିଁ ବୋଲି କହିଛନ୍ତି । ଫଳରେ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିବା କହିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଡିଇଓଙ୍କ ମନୋମାଳିନ୍ୟ ଯୋଗୁ ଏଭଳି ଅବସ୍ଥା ଉପୁଜିଥିବା ସେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଶିକ୍ଷକ ପୂରଣ ଦିଗରେ ପଦକ୍ଷେପ ନନେଲେ ଅଭିଭାବକମାନେ ମିଶି ସ୍କୁଲ୍‌ରେ ତାଲା ପକାଇ ଦେବୁ ବୋଲି ଚେତାବନୀ ଦେଇଛନ୍ତି ।
ସେହିପରି ଛାତ୍ରଛାତ୍ରୀମାନେ ମଧ୍ୟ କହିଛନ୍ତି ଯେ, ୧୦ଟି ଶ୍ରେଣୀ ପାଇଁ ଶିକ୍ଷକ ଅଭାବ ଥିବାରୁ ଆମେ ସଠିକ୍ ଢଙ୍ଗରେ ଶିକ୍ଷାଦାନ ପାଇପାରୁ ନାହୁଁ ବୋଲି କହିଛନ୍ତି । ସଂସ୍କୃତ ଶିକ୍ଷକ, ପିଇଟି ଶିକ୍ଷକ ନଥିବାବେଳେ ପାଠ ପଢ଼ିବା ପାଇଁ ଆଗ୍ରହ ଆସୁନଥିବା କହିଛନ୍ତି । ସେହିପରି କମ୍ପ୍ୟୁଟର୍ ଅଛି, ହେଲେ ଶିକ୍ଷକ ନଥିବାରୁ ଆମେ କୌଣସି ବି ପ୍ରକାର କମ୍ପ୍ୟୁଟର୍ ଶିକ୍ଷା ପାଇପାରୁନୁ ଛାତ୍ରଛାତ୍ରୀ ଦୃଢ଼ ଅଭିଯୋଗ କରିଛନ୍ତି । ତେବେ ଦଶମ ପରୀକ୍ଷାକୁ ଆଉ ମାତ୍ର କିଛିଦିନ ବାକି ଥିବା ବେଳେ ଏ ନେଇ ପିଲାଏ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । କିନ୍ତୁ ଶିକ୍ଷକ ଅଭାବକୁ ନେଇ ପିଲାଏ ଚିନ୍ତା ପ୍ରକଟ କରିଛନ୍ତି । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking