26.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶ୧ ଜୁଲାଇରୁ ପ୍ଲାଷ୍ଟିକ୍ ୟୁଜ୍ ହେବ ବ୍ୟାନ୍

୧ ଜୁଲାଇରୁ ପ୍ଲାଷ୍ଟିକ୍ ୟୁଜ୍ ହେବ ବ୍ୟାନ୍

ନୂଆଦିଲ୍ଲୀ :  ୧ ଜୁଲାଇରୁ ସାରା ଦେଶରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବ୍ୟାନ୍ ହେବାକୁ ଯାଉଛି । ମାତ୍ର ଏହା ପୂର୍ବରୁ ଏହାକୁ ସଫଳ କରିବା ଲାଗି ଦିଲ୍ଲୀ ସରକାର ଆଣିଛନ୍ତି ନୂଆ ରଣନୀତି । ଏପରି କିଛି ଉପାୟ ଅବଲମ୍ବନ କରିଛନ୍ତି ଯାହା ଦ୍ବାରା ଲୋକମାନଙ୍କର ସହଯୋଗ ରହିବ । ଏହି କ୍ରମରେ ଦିଲ୍ଲୀରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବଦଳରେ ଲୋକମାନଙ୍କୁ ଟଙ୍କା ମିଳିବ । ଏଥିଲାଗି ଲୋକମାନଙ୍କୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ ସେଣ୍ଟରକୁ ଯିବାକୁ ପଡ଼ିବ । ସେଠାରେ ପ୍ରତି କିଲୋଗ୍ରାମ ପିଛା ଲୋକମାନଙ୍କୁ ନିର୍ଦ୍ଧାରିତ ଅର୍ଥରାଶି ମିଳିବ । ଏଥିଲାଗି ଦିଲ୍ଲୀ ସରକାରଙ୍କ ଦ୍ବାରା କିଛି ଅଣ ସରକାରୀ ସଂଗଠନ ଗୁଡ଼ିକ ସହ ଚୁକ୍ତିନାମା କରାଯାଉଛି । ଏହି ସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାନରେ ସଂଗ୍ରହ କେନ୍ଦ୍ର ସଞ୍ଚାଳନ କରାଯିବ ଏବଂ ଜମା ହୋଇଥିବା ପ୍ଲାଷ୍ଟିକର ରିସାଇକ୍ଲିଂ ମଧ୍ୟ କରିବ।

ଏଥିସହିତ ପରିବେଶ ବିଭାଗର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ କ୍ରୟ ବ୍ୟବସ୍ଥା ଉପରେ ବିଚାର କରାଯାଉଛି । ଏଥିପାଇଁ ଟେଣ୍ଡର ମଧ୍ୟ ଆହ୍ବାନ କରାଯିବ । ପରେ ଅଣ ସରକାରୀ ସଂଗଠନ ଗୁଡ଼ିକ ସହ ଚୁକ୍ତିନାମା କରାଯିବ। ଏକକ ବ୍ୟବହାର ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ସଠିକ୍ ନିଷ୍କାସନ ପାଇଁ ଏହା ଲକ୍ଷ୍ୟ ରଖାଯାଇଛି ।

ଏକ ଜନସଚେତନତା ଅଭିଯାନର ମଧ୍ୟ ପ୍ରସ୍ତାବ ଦିଆଯାଇଛି । ବିଦ୍ୟାଳୟ-କଲେଜ ସହିତ ଏହି ଅଭିଯାନ ଆରଡବ୍ଲ୍ୟୁଏ ସ୍ତରରେ ମଧ୍ୟ ଚାଲିବ । କେବଳ ଏତିକି ନୁହେଁ, ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପ୍କୁ ମଧ୍ୟ ପ୍ରୋତ୍ସାହିତ କରାଯିବ । ଏହି ଲୋକମାନେ ଏକକ ବ୍ୟବହାର ପ୍ଲାଷ୍ଟିକ୍ ଅଧୀନରେ ନିଷିଦ୍ଧ ସାମଗ୍ରୀର ଏକ ବିକଳ୍ପ ଉପସ୍ଥାପନ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking