29.1 C
Bhubaneswar
Saturday, April 27, 2024
Homeଓଡିଶାଜାଣନ୍ତୁ ଭିଟାମିନ୍-ଇ ତେଲର ଉପକାରିତା

ଜାଣନ୍ତୁ ଭିଟାମିନ୍-ଇ ତେଲର ଉପକାରିତା

ଭୁବନେଶ୍ୱର : ସୁନ୍ଦର ହେବାକୁ କିଏ ବା ନାଚାହେଁ ,ଆମ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ନିମନ୍ତେ ଭିଟାମିନ୍ ଇ ତେଲ ଖୁବ୍ ହିତକାରୀ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ରୂପଚର୍ଯ୍ୟାରେ ପ୍ରତ୍ୟହ ଭିଟାମିନ୍ ଇ ତେଲର ବ୍ୟବହାର କଲେ ତାହାର ଉତ୍ତମ ପ୍ରଭାବ ପଡ଼େ। ଆଣ୍ଟି-ଅକ୍ସିଡାଣ୍ଟ ଭରୂପର ଏହି ତେଲ ତ୍ୱଚାର ରଙ୍ଗ ସଫା କରିବାରେ ମଧ୍ୟ ସହାୟକ ହୋଇଥାଏ।
ତ୍ବଚାର କୋମଳତା ନିମନ୍ତେ ଭିଟାମିନ୍ ଇ-ତେଲ ମାଲିସ୍ କରିବା ଅତି ଉତ୍ତମ। ୨ ମିନିଟ୍ ମାଲିସ୍ କରିବା ପରେ ତ୍ବଚାକୁ ନଖ ଉଷୁମ ପାଣିରେ ଧୋଇ ମଏଶ୍ଚରାଇଜର୍ ପ୍ରୟୋଗ କରନ୍ତୁ।୧ ଚାମଚ ବାଦାମ ତେଲରେ ଅଧ ଚାମଚ ଭିଟାମିନ୍ ଇ-ତେଲ ମିଶାଇ ଆଖି ଚାରିପାଖେ ମାଲିସ୍ କଲେ, କଳାଦାଗ ୧ ମାସ ମଧ୍ୟରେ ଦୂର ହୋଇଥାଏ। ଘନ କେଶ ନିମନ୍ତେ ମଧ୍ୟ ଭିଟାମିନ୍ ଇ-ତେଲ ଖୁବ୍ ଲାଭକାରୀ। କେଶର ଘନତ୍ବ ବଢ଼ାଇବା ନିମନ୍ତେ କେଶମୂଳରେ ଭିଟାମିନ୍ ଇ ତେଲକୁ ନଖଉଷୁମ କରି ମାଲିସ୍ କରନ୍ତୁ। ୨୦ ମିନିଟ୍ ପରେ ଶ୍ୟାମ୍ପୁ କରିନିଅନ୍ତୁ। କିଛି ଜଣକ ଆଖିର ଭ୍ରୂଲତା ରେ କେଶ ନଥାଏ ,ଆଇବ୍ରୋ ର ଘନତ୍ବ ବଢ଼ାଇବା ପାଇଁ ମଧ୍ୟ ନିୟମିତ ଭିଟାମିନ୍ ଇ-ତେଲକୁ ମାଲିସ୍ କଲେ ଲାଭ ମିଳେ।
https://onakhabar.com/2020/03/14/carona-vairus-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking