38.1 C
Bhubaneswar
Friday, April 26, 2024
Homeଅପରାଧକରୋନା ସନ୍ଦେହ କରି ନବବଧୂ ସହ ଏପରି କରୁଥିଲେ ଶାଶୂଘର ଲୋକେ ...

କରୋନା ସନ୍ଦେହ କରି ନବବଧୂ ସହ ଏପରି କରୁଥିଲେ ଶାଶୂଘର ଲୋକେ …

ଉମରକୋଟ : ଯୌତୁକ ଲୋଭର ପୁଣି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ନବରଙ୍ଗ ପୁର ଜିଲ୍ଲାରେ। ବାହାଘରକୁ ମାତ୍ର ୧୫ ଦିନ ହୋଇନଥିବା ବେଳେ ଏଭଳି ସମୟରେ ସାମାନ୍ୟ ଛିଙ୍କ ହେବାରୁ ‘କରୋନା’ ସନ୍ଦେହରେ ନବବଧୂଙ୍କୁ ନିର୍ଯାତନା ଦେଉଥିଲେ ଯୌତୁକଲୋଭୀ ସ୍ୱାମୀ ଓ ଶ୍ୱଶୁର। ଏପରି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ଓ ଶ୍ୱଶୁରକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗତ ୨ ତାରିଖରେ ୟୁଭି-୩ ମୁର୍ତ୍ତୁମା ଗାଁର ଆରାଧନା ସର୍କାରଙ୍କ ଝିଅ ପୂଜା ଉମରକୋଟ ସହର ସନ୍ତୋଷୀନଗର ଯୁବରାଜ ଓକିଲଙ୍କ ପୁଅ ଜୟନ୍ତଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିବା ବେଳେ ବିବାହ ସମୟରେ ଦାବି ମୁତାବକ ନଗଦ ଅଢ଼େଇ ଲକ୍ଷ ଟଙ୍କା, ଗୋଟିଏ ବାଇକ, ୫ ଲକ୍ଷ ଟଙ୍କାର ସୁନା ଓ ଅନ୍ୟାନ୍ୟ ଆସବାବପତ୍ର ଦିଆଯାଇଥିଲା। ମାତ୍ର ଏଥିରେ ସନ୍ତୁଷ୍ଟ ନଥିଲେ ଜୟନ୍ତଙ୍କ ପରିବାର। ଆଉ ୨ ଲକ୍ଷ ଟଙ୍କା ଆଣିବା ପାଇଁ ପୂଜାଙ୍କୁ କହିଥିଲେ। ପୂଜା ଏଥିରେ ରାଜି ନହେବାରୁ ତାଙ୍କ ଉପରେ ଆରମ୍ଭ ହୋଇଯାଇଥିଲା ମାନସିକ ଓ ଶାରୀରିକ ଭଳି ଅକଥନୀୟ ନିର୍ଯାତନା।
ବାରମ୍ୱାର ନିର୍ଯାତନା ଦିଆଯାଉଥିବାରୁ ପୂଜା ଅସୁସ୍ଥ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ଥଣ୍ଡା ହେବା ସହ ଛିଙ୍କ ହୋଇଥିଲା। ଏହା ଦେଖି ତାଙ୍କୁ ‘କରୋନା’ ହୋଇଥିବା ସନ୍ଦେହ କରି ତାଙ୍କୁ ସମ୍ପୂର୍ଣ୍ଣ ଏକ ଘରିଆ କରିଦେଇଥିଲେ। ତଳେ ଶୋଇବାକୁ ଦେବା ସହିତ ଏକୁଟିଆ ଖାଇବାକୁ ଦେଉଥିଲେ। ଏପରିକି ତାଙ୍କୁ ଜୀବନରୁ ମାରିଦେବାକୁ ଯୋଜନା ମଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ଏକଥା ପୂଜା ଜାଣିପାରି ସେମାନଙ୍କୁ ୫ ଲକ୍ଷ ଟଙ୍କାର ଆଣିବାର ଲୋଭ ଦେଖାଇ ବାପା ଘରକୁ ଯାଇଥିଲେ । ଏନେଇ ବାପଙ୍କୁ କହିବା ସହିତ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ପୁଲିସ ମାମଲା ରୁଜୁ କରି ସ୍ୱାମୀ ଜୟନ୍ତ ଓ ଶ୍ୱଶୁର ଯୁବରାଜଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking