32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକରୋନା ଭାଇରସ୍‌: ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଟଙ୍କାର ସହାୟତା

କରୋନା ଭାଇରସ୍‌: ମୃତକଙ୍କ ପରିବାରକୁ ମିଳିବ ୪ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ : ସାରା ବିଶ୍ଵରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା । ଏନେଇ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାବେଳେ କେନ୍ଦ୍ର ସରକାର ଏହାକୁ ଏକ ଅନୁସୂଚୀତ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହାଫଳରେ କରୋନା ପୀଡ଼ିତଙ୍କ ପାଇଁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ସହାୟତା ପାଇପାରିବେ । କୋରୋନା ଭୂତାଣୁରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଦେବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବମାନଙ୍କୁ ଏକ ପତ୍ର ଲେଖି ଏ ସଂପର୍କରେ ଘୋଷଣା କରିଛନ୍ତି ।
ଚୀନର ଉହାନରୁ ଜାତ ହୋଇଥିବା କୋରୋନା ଭୂତାଣୁରେ ସାରା ବିଶ୍ଵରେ ୧,୩୨,୫୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ଏଯାଏଁ ୫ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କଲେଣି । ଏହି କ୍ରମରେ ଭାରତରେ ୮୫ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି ।
କରୋନା ସଂକ୍ରମିତ ହୋଇ ହସପିଟାଲରେ ଭର୍ତ୍ତି ହେଲେ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ । ସେହିପରି କରୋନା ଭାଇରସରେ ସଂକ୍ରମିତ ହୋଇ ଏକ କ୍ୱାରାଣ୍ଟାଇନ ସେଣ୍ଟରରେ ଭର୍ତ୍ତି ହୋଇଥିଲେ ସମୁଦାୟ ଚିକିତ୍ସା, ରହଣି, ନମୁନା ପରୀକ୍ଷଣ ଆଦି ଖର୍ଚ୍ଚ ସରକାର ବହନ କରିବେ । ଅନ୍ୟପକ୍ଷରେ କରୋନା ମୁକାବିଲା ପାଇଁ ଅତିରିକ୍ତ ପରୀକ୍ଷାଗାର ସ୍ଥାପନ, ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟସେବା କର୍ମଚାରୀ, ପୁଲିସ ଆଦିଙ୍କ ସୁରକ୍ଷା ପାଇଁ କିଣାଯିବାକୁ ଥିବା ସାମଗ୍ରୀର ବ୍ୟୟ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଭରଣା କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking