33.1 C
Bhubaneswar
Saturday, April 27, 2024
Homeଓଡିଶାଲଗାଣ ବର୍ଷାରେ ବେହାଲ କେନ୍ଦୁଝର

ଲଗାଣ ବର୍ଷାରେ ବେହାଲ କେନ୍ଦୁଝର

କେନ୍ଦୁଝର: ସମଗ୍ର ଜିଲ୍ଲାରେ ମଙ୍ଗଳବାର ଅପରାହ୍ନରୁ ଲଗାଣ ବର୍ଷା ଲାଗି ରହିଛି । ଫଳରେ ଜିଲ୍ଲାର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଛି । ପୁରପଲ୍ଲୀ ତ ଦୂରକଥା କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ପୌରପାଳିକା ଅଞ୍ଚଳର ଅଧିକାଂଶ କଲୋନୀରେ ପାଣି ପଶି କୁତ୍ରିମ ବନ୍ୟା ସୃଷ୍ଟି କରିଛି। ଲଗାଣ ବର୍ଷା ଯୋଗୁଁ କେନ୍ଦୁଝରରେ କୁତ୍ରିମ ବନ୍ୟା ସୃଷ୍ଟିସହରର ବିଭିନ୍ନ କଲୋନୀ ଆଦି ଜନବସତି ଅଞ୍ଚଳ ପାଣି ଘେରରେ ରହିଛି । ଡ୍ରେନେଜର ଵ୍ୟଵସ୍ଥା ଠିକ ନଥିବାରୁ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଛି । ଲୋକମାନେ ମୋଟର ଲଗାଇ ଜଳ ନିଷ୍କାସନ କରୁଥିବାବେଳେ କେଉଁଠି ଅଗ୍ନିଶମ ବିଭାଗ ଆଉ କେଉଁଠି ଲୋକ ନିଜେ ହାଣ୍ଡି କଡେଇ ଧରି ପାଣି ବୋହୁଥିବା ଦେଖାଯାଇଛି ।ସେହିପରି ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗ୍ରାମାଞ୍ଚଳ ମାନଙ୍କ ରାସ୍ତା ମାନଙ୍କ ଉପରେ ଏପରି ପାଣି ଚାଲୁଛି ଯେ ଯେମିତି ଏକ କୁତ୍ରିମ ନଈ ସୃଷ୍ଟି ହୋଇଥବାର ଭ୍ରମ ସୃଷ୍ଟି କରୁଛି । ବହୁ ଅଞ୍ଚଳରେ ପୋଲମାନଙ୍କ ଉପରେ 3 /4 ଫୁଟ ଉପରେ ପାଣି ଚାଲୁଥିବା ବେଳେ ସଦର, ବାଂଶପାଳ, ତେଲକୋଇ, ହରିଚନ୍ଦନପୁର ଆଦି ବ୍ଲକର ବହୁ ଅଞ୍ଚଳ ଏକପ୍ରକାର ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି । ଏହି ଲଗାଣ ବର୍ଷାରେ ଚାଷ ବାସ ଉପରେ ମଧ୍ୟ ପ୍ରଭାବ ପକାଇଛି । ପ୍ରଶାସନ ଏହି ପାଣି ବଢିବା ନେଇ ଆଗୁଆ ବ୍ୟବସ୍ଥା ଗ୍ରହଣ କରିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking