27.1 C
Bhubaneswar
Thursday, April 25, 2024
Homeଓଡିଶାଢେଙ୍କାନାଳ ଟାଉନ ୪ ଦିନ ସଟ ଡାଉନ

ଢେଙ୍କାନାଳ ଟାଉନ ୪ ଦିନ ସଟ ଡାଉନ

ଭୁବନେଶ୍ୱର: ସମଗ୍ର ଢେଙ୍କାନାଳ ମ୍ୟୁନିସପାଲିଟି ଅଂଚଳ ୪ ଦିନ ପାଇଁ ସଟ ଡାଉନ ଘୋଷଣା କରାଯାଇଛି । ୨୭ ଓ ୨୮ ତାରିଖରେ ମ୍ୟୁନିସିପାଲିଟି ଅଂଚଳ ସଟ ଡାଉନ ରହିବ ବୋଲି ସୂଚନା ମିଳିଛି । ମ୍ୟୁନିସିପାଲିଟି ଅଂଚଳର ୨୩ଟି ଓାର୍ଡ ସମେତ ସହର ସଟ ଡାଉନ ରହିବ । ତେବେ ୨୯ ଓ ୩୦ ମଧ୍ୟ ସଟ ଡାଉନ ଥିବାରୁ ସହର ୪ ଦିନ ବନ୍ଦ ରହିବ । ସଂକ୍ରମଣ ରୋକିବା ସହ କଣ୍ଟାକ୍ଟ ଟ୍ରେସିଂ ପାଇଁ ସଟଡାଉନ ଘୋଷଣା କରାଯାଇଛି । ତେବେ ବର୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବଢି ବଢି ଚାଲିଛି । ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୩୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୦୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୮ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭୬୦୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୩ଜଣ, ବାଲେଶ୍ୱର ଜିଲ୍ଲାରୁ ୯୮ଜଣ, ବରଗଡ଼ ଜିଲ୍ଲାରୁ ୯୮ଜଣ, ଭଦ୍ରକ ଜିଲ୍ଲାରୁ ୧୧୪ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୬ଜଣ, ବୌଦ୍ଧ ଜିଲ୍ଲାରୁ ୪ଜଣ, କଟକ ଜିଲ୍ଲାରୁ ୩୫୭ଜଣ, ଦେଓଗଡ଼ ଜିଲ୍ଲାରୁ ୮ଝଣ, ଢେଙ୍କାନାଳ ଜିଲ୍ଲାରୁ ୬୭ଝଣ, ଗଜପତି ଜିଲ୍ଲାରୁ ୪୧ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ଜଣ, ଜଗତସିଂହପୁର ଜିଲ୍ଲାରୁ ୯୫ଜଣ, ଯାଜପୁର ଜିଲ୍ଲାରୁ ୧୭୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୩ଜଣ, କଳାହାଣ୍ଡି ଜିଲ୍ଲାରୁ ୨୮ଜଣ, କନ୍ଧମାଳ ଜିଲ୍ଲାରୁ ୪୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୬ଜଣ, କେନ୍ଦୁଝର ଜିଲ୍ଲାରୁ ୭୪ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୪୭, କୋରାପୁଟ ଜିଲ୍ଲାରୁ ୯୧ଜଣ, ମାଲକାନଗିରି ଜିଲ୍ଲାରୁ ୧୩୪ଜଣ , ମୟୁରଭଞ୍ଜ ଜିଲ୍ଲାରୁ ୯୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୫ଜଣ, ନୟାଗଡ ଜିଲ୍ଲାରୁ ୧୭୧ଜଣ, ନୂଆପଡ଼ା ଜିଲ୍ଲାରୁ ୧୫ଜଣ, ପୁରୀ ଜିଲ୍ଲାରୁ ୧୪୪ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୬ଜଣ, ସମ୍ବଲପୁର ଜିଲ୍ଲାରୁ ୧୦୭ଜଣ, ସୋନପୁର ଜିଲ୍ଲାରୁ ୩ଜଣ, ସୁନ୍ଦରଗଡ ଜିଲ୍ଲାରୁ ୧୫୪ଜଣ ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking