30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆଗାମୀ ଦୁଇ ଦିନ ଘନ କୁହୁଡି

ଆଗାମୀ ଦୁଇ ଦିନ ଘନ କୁହୁଡି

ଭୁବନେଶ୍ୱର,(ଓଏନଏ) : ଆସନ୍ତା ଦୁଇ ଦିନରେ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି । ୯ରେ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ୧୦ରେ ଜଗତସିଂହପୁର, ଭଦ୍ରକ, କଟକ, କେନ୍ଦ୍ରାପଡା ପାଇଁ ମଧ୍ୟ ସତର୍କ ସୂଚନା ଜାରି କରିଛନ୍ତି ଏସଆରସି । ପୋଲିସ ଓ ପରିବହନ ଅଧିକାରୀଙ୍କୁ ଆବଶ୍ୟକୀୟ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଛି । ଏହାକୁ ବାଦ ଦେଲେ କୁହୁଡି ସମୟରେ ଘରୁ ନବାହାରିବା ସହିତ ଜରୁରୀ କାମରେ ବାହାରକୁ ବାହାରିଲେ ଗାଡିରେ ଲାଇଟ ଦେଇ ଧିରେ ଧିରେ ଯାଆନ୍ତୁ । କାରଣ କୁହୁଡି ପଡିଥିବା ସମୟରେ ରାସ୍ତାଘାଟ ପରିଷ୍କାର ଭାବରେ ଦେଖାଯାଏ ନାହିଁ । ଫଳରେ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଥାଏ ।
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking