29.1 C
Bhubaneswar
Saturday, April 27, 2024
Homeସ୍ୱାସ୍ଥ୍ୟକମ୍ ନିଦ୍ରା ପାଇଁ ହୋଇପାରେ ହୃଦରୋଗ

କମ୍ ନିଦ୍ରା ପାଇଁ ହୋଇପାରେ ହୃଦରୋଗ

ନୂଆଦିଲ୍ଲୀ : କମ୍ ନିଦ୍ରା ପାଇଁ ହୋଇପାରେ ହୃଦରୋଗ। ହୃଦରୋଗ ପାଇଁ କମ ନିଦ୍ରା ଅନ୍ୟତମ କାରଣ ହୋଇପାରେ ବୋଲି କହିଛି ଆମେରିକାନ ହାର୍ଟ ଆସୋସିଏସନ । ପୂର୍ବରୁ ୭ଟି କାରଣ ପାଇଁ ହେଉଥିଲା ହୃଦରୋଗ। ନିକୋଟିନ ସେବନ, ଶାରିରୀକ ପରିଶ୍ରମ, ଡାଏଟ, ଓଜନ ବୃଦ୍ଧି , ରକ୍ତ ସର୍କରା, କୋଲେଷ୍ଟ୍ରଲ ଓ ରକ୍ତ ଚାପ ହୃଦରୋଗର ମୁଖ୍ୟ କାରଣ ଥିଲା। ଏବେ କମ ନିଦ୍ରା ହୃଦରୋଗର ଏକ ନୂଆ କାରଣ ବୋଲି ଆମେରିକାନ ହାର୍ଟ ଆସୋସିଏସନ କହିଛି।

କେବଳ ଧୂମ୍ରପାନ ଓ ହାଇ କ୍ୟାଲୋରୀ ଖାଦ୍ୟ ନୁହେଁ ନିଦ୍ରା ମଧ୍ୟ ହାର୍ଟ ସମସ୍ୟା ସୃଷ୍ଟି କରିପାରେ। ବୟସ୍କମାନେ ଭଲ ହୃଦୟ ପାଇଁ ୭ରୁ ୯ ଘଣ୍ଟା ଓ ଶିଶୁମାନେ ତା’ଠାରୁ ଅଧିକ ସମୟ ଶୋଇବା ଆବଶ୍ୟକ। ୬ ଘଣ୍ଟାରୁ କମ ଶୋଉଥିବା ଲୋକମାନଙ୍କ ପାଖରେ ମେଦବହୁଳତା, ରକ୍ତଚାପ, ଟାଇପ ୨ ଡାଇବେଟିସ ଓ ଖରାପ ମାନସିକ ସ୍ୱାସ୍ଥ୍ୟ ପରି ସମସ୍ୟା ଦେଖାଯାଏ। ବିଶ୍ୱର ବହୁ ଦେଶରେ ହୃଦରୋଗ ମୃତ୍ୟୁର ମୁଖ୍ୟ କାରଣ ହୋଇଥାଏ। ଭାରତରେ ହୃଦରୋଗରେ ଲକ୍ଷେରେ ୨୭୨ ଜଣ ଲୋକଙ୍କ ମୃତ୍ୟୁ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking