30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ

ମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ

ମୁମ୍ବାଇ: ମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ। କରୋନାଠୁ ଏହି ରୋଗ ବେଶୀ ଘାତକ ହୋଇଛି। ଏକ ଆରଟିଆଇ ତଥ୍ୟ ଉପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଗତବର୍ଷ ମୁମ୍ବାଇରେ କରୋନାଜନିତ ମୃତ୍ୟୁ ଠାରୁ ଅଧିକ ମୃତ୍ୟୁ ହୃଦଘାତରେ ହୋଇଛି। ୨୦୨୧ ମସିହା ଜାନୁଆରୀ ଠାରୁ ଜୁନ ମଧ୍ୟରେ ଏଠାରେ କରୋନାରେ ୧୦ ହଜାର ୨୮୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯେତେବେଳେ କି ଏହି ବର୍ଷ ଏଠାରେ ହୃଦଘାତରେ ପ୍ରାୟ ୧୮ ହଜାର ଲୋକଙ୍କ ମୃତ୍ୟୁ ହୋଇଯାଇଛି। ଦେଶର ଆର୍ଥିକ ରାଜଧାନୀରେ ଏଭଳି ପରିସ୍ଥିତି ଏବେ ସାଧାରଣରେ ଭୟର ସଂଚାର ସୃଷ୍ଟି କରିଛି। ରିପୋର୍ଟ ମୁତାବକ, ହୃଦଘାତରେ ୨୦୧୮ ମସିହାରେ ୮ ହଜାର ୬୦୧ ଜଣ, ୨୦୧୯ ମସିହାରେ ୫ ହଜାର ୮୪୯ ଜଣ, ୨୦୨୦ରେ ୫ ହଜାର ୬୩୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯେତେବେଳେ କି ଗତବର୍ଷ ଅର୍ଥାତ୍ ୨୦୨୧ ମସିହାରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ୩ଗୁଣା ବୃଦ୍ଧି ପାଇଛି। ଯେତେବେଳେ କି ଗତବର୍ଷ ଜାନୁଆରୀ ଠାରୁ ଜୁନ୍ ପର‌୍ୟ୍ୟନ୍ତ ୬ମାସ ଭିତରେ ହୃଦଘାତରେ ୧୭ ହଜାର ୮୮୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆର୍ଥାତ୍ ପ୍ରତିଦିନ ମୁମ୍ବାଇରେ ପାଖାପାଖି ୧୦୦ ଜଣଙ୍କ ମୃତ୍ୟୁ ହୃଦଘାତରେ ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking