28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଡିସେମ୍ବରରେ ସ୍ଥଳସେନା ଅଗ୍ନିବୀର ଟ୍ରେନିଂ

ଡିସେମ୍ବରରେ ସ୍ଥଳସେନା ଅଗ୍ନିବୀର ଟ୍ରେନିଂ

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନା ସମ୍ପର୍କରେ ତିନି ସେନା ପକ୍ଷରୁ ପ୍ରେସମିଟ । ପ୍ରେସମିଟରେ ସ୍ଥଳସେନା ଅତିରିକ୍ତ ସଚିିବ ଏଲଟି ଜେନେରାଲ ଅନୀଲ ପୁରୀଙ୍କ ସୂଚନା । ଅଗ୍ନିପଥ ସ୍କିମ ତରବରିଆ କି ଆଖିବୁଜି ପ୍ରବର୍ତ୍ତନ କରାଯାଇ ନାହିଁ । ଅନେକ ବର୍ଷତଳୁ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୨ ବର୍ଷ ହେଲା ବିମର୍ଶ ଚାଲିଛି । ୩ ସେନାମୁଖ୍ୟ ଓ ସିଡିଏସ ବିପିନ ରାୱତ ଲଗାତାର ଏ ନେଇ ବିମର୍ଶ କରୁଥିଲେ । ଅନେକ କମିଟିର ମତାମତ, ବିଦେଶୀ ଢାଂଚାକୁ ପରୀକ୍ଷା କରି ସ୍କିମ ପ୍ରସ୍ତୁତ । ଯେଉଁମାନେ ହିଂସାରେ ସମ୍ପୃକ୍ତ ଥିଲେ, ସେମାନଙ୍କୁ ସୁଯୋଗ ଦିଆଯିବ ନାହିଁ । ଆବେଦନକାରୀ ମାନଙ୍କୁ ଏ ନେଇ ଏକ ଅଣ୍ଡରଟେକିଂ ଦେବାକୁ ପଡିବ । ଦେଶର ସୁରକ୍ଷା ପ୍ରଶ୍ନ । ଆମକୁ ବେଷ୍ଟ ଦରକାର ବୋଲି କହିଛନ୍ତି ଅନୀଲ ପୁରୀ ।ଯୁବକ ମାନଙ୍କୁ ଦେଶ ଭକ୍ତିର ସୁଯୋଗ ଦେଉଛୁ , ଆଦୈା ହାତଛଡା କରନ୍ତୁ ନାହିଁ । ସ୍ଥଳସେନାରେ ଅଗ୍ନିବୀର ଙ୍କ ନିଯୁକ୍ତି ନେଇ ମଧ୍ୟ ସୂଚନା ମିଳିଛି । ପୂର୍ବ ନିଯୁକ୍ତି ପ୍ରକ୍ରିୟା ଭଳି ପ୍ରଥମେ ଆର୍ମି ରାଲି ଆୟୋଜନ ହେବ । ଜୁଲାଇରେ ଦେଶର ୮୩ ସ୍ଥାନରେ ରାଲି ଆୟୋଜନ ନିଷ୍ପତ୍ତି । ରାଲିରେ ପୂର୍ବ ଭଳି ଫିଜିକାଲ ଓ ମେଡିକାଲ ଟେଷ୍ଟ କରାଯିବ । ସେଥିରେ କୃତକାର୍ଯ୍ୟ ପ୍ରାର୍ଥୀ ଙ୍କୁ କମନ ଏଣ୍ଟ୍ରାନ୍ସ ଟେଷ୍ଟ ଦେବାକୁ ପଡିବ । କମନ ଏଣ୍ଟ୍ରାନ୍ସ ଟେଷ୍ଟରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କ ମେରିଟ ଅନୁଯାୟୀ ନିଯୁକ୍ତି ମିଳିବ । ପ୍ରଥମ ବ୍ୟାଚରେ ୨୫ ହଜାର , ୨ୟ ବ୍ୟାଚରେ ୧୫ ହଜାର ପିଲାଙ୍କୁ ନିଯୁକ୍ତି । ପ୍ରଥମ ବ୍ୟାଚ ଡିସେମ୍ବର ଓ ୨ୟ ବ୍ୟାଚ ଫେବ୍ରୁଆରୀରେ ଟ୍ରେନିଂକୁ ଯିବେ । ଟ୍ରେନିଂ ପରେ ଜୁଲାଇରେ ସେନାରେ ଯୋଗଦେବେ ଅଗ୍ନିବୀର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking