32.1 C
Bhubaneswar
Friday, April 26, 2024
Homeଓଡିଶାଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି କି’ ତେବେ ଜାଣନ୍ତୁ କ’ଣ ହୋଇପାରେ....

ଆବଶ୍ୟକତା ଠାରୁ ଅଧିକ ପାଣି ପିଉଛନ୍ତି କି’ ତେବେ ଜାଣନ୍ତୁ କ’ଣ ହୋଇପାରେ….

ଭୁବନେଶ୍ୱର: ଆମେ ଦୈନିକ ଆବଶ୍ୟକତା ଠାରୁ ଅଧିକ ପାଣି ପିଇଥାଉ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ଯେତିକି ଲାଭ ଦାୟକ ହୋଇଥାଏ ସେତିକି କ୍ଷତି କାରକ ମଧ୍ୟ ହୋଇଥାଏ । ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଦିନକୁ ୮-୧୦ଗ୍ଲାସ ପାଣି ନିହାତି ପିଇବା ଆବଶ୍ୟକ । କିନ୍ତୁ ବେଳେ ବେଳେ ଅଧିକ ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରହିବା ପରିବର୍ତ୍ତେ ଅନେକ ଶରୀରିକ ସମସ୍ୟା ଦେଖା ଯାଇଥାଏ । ଦିନକୁ ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା କିଡନୀକୁ ଦରକାର ଠାରୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହା ଦ୍ୱାରା ଶରୀରରେ ଅନେକ ସମସ୍ୟା ଦେଖାଯାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ….
୧. ଅଧିକ ପାଣି ପିଇଲେ ଓଭରହାଇଡ୍ରେସନର ସମସ୍ୟା ଦେଖା ଯାଇଥାଏ । ଯାହାର ସିଧା ପ୍ରଭାବ କିଡ୍ନୀ ଉପରେ ପଡ଼ିଥାଏ । କିଡନୀ ଶରୀରରେ ପାଣିକୁ ସୁଦ୍ଧ କରିବାର କାମ କରିଥାଏ । ଅଧିକ ପାଣି ପିଇବା ଦ୍ୱାରା କିଡନୀ ସବୁ ପାଣିକୁ ଶରୀରରୁ ବାହାର କରି ପାରି ନଥାଏ । ଯାହାଦ୍ୱାରା କିଡନୀ ଉପରେ ଚାପ ପଡ଼ିବା ଆରମ୍ଭ ହୋଇ ଯାଇଥାଏ ।
୨. ଅଧିକ ପାଣି ପିଇବା ଦ୍ୱାରା ରକ୍ତର ଘନତ୍ୱ ବଢ଼ିଥାଏ । ଯାହାଦ୍ୱାରା ହୃଦଜନିତ ସମସ୍ୟା ହେବାର ଆଶଙ୍କା ବଢ଼ି ଯାଇଥାଏ ।
୩. ଦରକାରଠାରୁ ଅଧିକ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହେବା ପରିବର୍ତ୍ତେ ବଦହଜମିର ସମସ୍ୟା ଆରମ୍ଭ ହୋଇ ଯାଇଥାଏ । ଅଧିକ ପାଣି ପିଇଲେ ପାଚନ ରସ ଠିକ୍ ଭାବରେ କାମ କରିବା ବନ୍ଦ କରି ଦେଇଥାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking