34.1 C
Bhubaneswar
Thursday, March 28, 2024
Homeଓଡିଶାସୋରିଷ ତେଲର ଉପକାରିତା

ସୋରିଷ ତେଲର ଉପକାରିତା

ଭୁବନେଶ୍ୱର : ଶୋରିଷ ତେଲ କେବଳ ଖାଇବାରେ ବ୍ୟବହାର କରାଯାଏ ତାହା ନୁହେଁ । ଏହା ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରୁ ମଧ୍ୟ ରକ୍ଷାକରେ । ଥଣ୍ଡା ହେଲେ ଏଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ସୋରିଷ ତେଲର ବ୍ୟବହାର କରାଯାଏ । ସୋରିଷ ତେଲରେ ରସୁଣକୁ ଫୁଟାଇ ପାଦରେ ମାରିଲେ ଥଣ୍ଡା ଜନିତ ଯନ୍ତ୍ରଣାରୁ ଆରାମ ମିଳେ । ଅଧିକାଂଶ ଲୋକ ଏହାକୁ ତ୍ୱଚାରେ ମାରିବାକୁ ପସନ୍ଦ କରନ୍ତି ନାହିଁ । ତେବେ ତ୍ୱଚାରେ ସୋରିଷ ତେଲ ଲଗାଇଲେ ଅନେକ ଫାଇଦା ମିଳିଥାଏ । ଆସନ୍ତୁ ଜାଣିବା ତ୍ୱଚାରେ ସୋରିଷ ତେଲ ଲଗାଇଲେ କ’ଣ ସବୁ ଲାଭ ମିଳେ:-
୧. ସୋରିଷ ତେଲ ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟ ପରି କାମ କରିଥାଏ। ପ୍ରତିଦିନ ଶରୀରରେ ସୋରିଷ ତେଲ ମାଲିସ କଲେ ଫଙ୍ଗଲ୍ ଇନଫେକସନ୍, ଜଳାପୋଡ଼ା, କୁଣ୍ଡାଇ ହେବା ଓ ଆଲର୍ଜି ଆଦି ଦୂର ହୋଇଥାଏ।
୨. ଶୀତ ଦିନେ ଏହାକୁ ଲାଗାଇଲେ ତ୍ୱଚାର ଶୁଖିଲାପଣ ଦୂର ହୋଇଥାଏ।
୩. ବେସନ ଓ ହଳଦୀ ସହିତ ସୋରିଷ ତେଲ ମିଶାଇ ମୁହଁରେ ଲଗାଇଲେ ମୁହଁର ସୌନ୍ଦର‌୍ୟ୍ୟ ବୃଦ୍ଧି ହୋଇଥାଏ।
୪. ଦେହରେ ସୋରିଷ ତେଲ ମାଲିସ୍ କଲେ ଥକାପଣ ଦୂର ହୋଇଥାଏ ଓ ମାଂସପେଶୀକୁ ଆରାମ ମିଳିଥାଏ।
୫. ଶୀତଦିନେ ଗୋଇଠି ଫାଟିବା ଭଳି ସମସ୍ୟା ଦେଖା ଦେଇଥାଏ। ଯଦି ଆପଣ ପ୍ରତିଦିନ ଗୋଇଠିରେ ସୋରିଷ ତେଲ ମାଲିସ୍ କରିବେ, ତା’ହେଲେ ଏହି ସମସ୍ୟା ଦେଖାଯିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking