19.1 C
Bhubaneswar
Monday, November 25, 2024
Homeଓଡିଶାଆଇସିଏମ୍‌ଆର୍ ଗାଇଡଲାଇନ୍ ମାନିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଆଇସିଏମ୍‌ଆର୍ ଗାଇଡଲାଇନ୍ ମାନିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣକୁ ନେଇ ପୁଣି ଲୋକେ ଆତଙ୍କିତ ଥିବା ବେଳେ ଆଗକୁ ଏହା କିପରି ନିୟନ୍ତ୍ରଣାଧିନ ହେବ ସେଥିଲାଗି ରଣକୌଶଳ ପ୍ରସ୍ତୁତ ହୋଇଛି । ବିଶେଷକରି କରୋନା ନେଇ ସତର୍କତା ମାନିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ ପୂର୍ବପରି ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ, ଟ୍ରେସିଂ ଓ ଟିକାକରଣ ସହିତ କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୂନା ପରୀକ୍ଷା ଓ ନୂଆ ଭାଇରସ ଚିହ୍ନଟ ହେଲେ ତୁରନ୍ତ ସେମାନଙ୍କର ଚିକିତ୍ସା କରିବା ଓ କଣ୍ଟେନମେଣ୍ଟ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ବିଦେଶରେ ସଂକ୍ରମଣ ବଢୁଥିବାରୁ ଏକାର ମୁକାବିଲା ଲାଗି ଆଇସିଏମଆର ଗାଇଡଲାଇନ ମାନିବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର କହିଛନ୍ତି ଯେ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଛି । ଆମ ଶରୀରରେ ଇମ୍ୟୁନିଟି ବଢ଼ିଛି । ଫଳରେ ବର୍ତ୍ତମାନ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ ।

ତଥାପି କୌଣସି ଲକ୍ଷଣ ଦିଶିଲେ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି । ବିଶ୍ୱକପ ହକି ବେଳେ ଖେଳାଳି, ଦର୍ଶକ, ଲୋକଙ୍କ ଜରିଆରେ ସଂକ୍ରମଣର ସମ୍ଭାବନା ରହିଛି । ଏଣୁ ଏଥିଲାଗି କୋଭିଡ ଗାଇଡଲାଇନ ମାନିବାକୁ କୁହାଯାଇଛି । ରାଜ୍ୟରେ ଟିକାକରଣ ସଫଳ ହୋଇଛି । ଦେଶରେ ବର୍ତ୍ତମାନ ଚତୁର୍ଥ ଲହରୀ ଆସିନାହିଁ । ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ରାଜ୍ୟ ଲାଗି ସଫଳତା ଆଣିଛି । ଯେଉଁମାନେ ଦୁଇଟି ଡୋଜ ନେଇଛନ୍ତି ସେମାନେ ନାଜାଲ ନେଇପାରିବେ ବୋଲି କୁହାଯାଇଛି । ଚୀନ, ଥାଇଲାଣ୍ଡ, ଜାପାନ ଓ ସିଙ୍ଗାପୁର ପ୍ରଭୃତି ୬ ରାଷ୍ଟ୍ର ଫେରନ୍ତା ଯାତ୍ରୀଙ୍କ ଲାଗି ନିୟମ କଡ଼ାକଡ଼ି କରାଯାଇଛି । ଏହି ଲୋକଙ୍କ ଲାଗି ଆରଟି-ପିସିଆର ଟେଷ୍ଟ ଜରୁରୀ କରାଯାଇଛି । ସଂକ୍ରମଣ ନେଇ ଭୟଭୀତ ହେବା ନାହିଁ ବରଂ ସତର୍କ ହେବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଓଡ଼ିଶାରେ କୋଭିଡ୍ ଓମିକ୍ରନ୍‌ର ନୂଆ ବା ସବ୍ ଭାରିଏଣ୍ଟ ବିଏଫ୍‌୍‌- ୭ ଚିହ୍ନଟ ହେବା ପରେ ଆଶଙ୍କା ବୃଦ୍ଧି ପାଇଛି ।

ମାତ୍ର ଗତ ତିନିମାସ ଭିତରେ ଓଡ଼ିଶାରେ ଆଉ କୌଣସି ଆକ୍ରାନ୍ତଙ୍କଠାରେ ଏହି ନୂତନ ଭାରିଆଣ୍ଟ ଚିହ୍ନଟ ହୋଇନାହିଁ । ଲୋକଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ କରାଯିବ । ଆକ୍ରାନ୍ତଙ୍କ ଜିନୋମ ସିକ୍ୟୁଏନସିଂ ହେବ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଜିନୋମ ସିକ୍ୟୁଏନସିଂ ଏବଂ ସଭିର୍ଲାନ୍ସ କରିବାକୁ ସୁବିଧା ଅଛି । ଏହାପରେ ମଧ୍ୟ ଯଦି ସଂକ୍ରମଣ ବଢ଼େ ତାପରେ ଅନ୍ୟ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥୃ ବିଭାଗ ପକ୍ଷରୁ କୁହାଯାଇଛି । ଆଗକୁ ଯଦି ସଂକ୍ରମଣ ଆସେ ସର୍ଭେଲାନ୍ସକୁ ଜୋରଦାର କରାଯିବ । ଯାହା ପାଖରେ ଲକ୍ଷଣ ଅଛି ତୁରନ୍ତ ଟେଷ୍ଟ କରାନ୍ତୁ । ଗହଳିକୁ ଗଲେ ମାକ୍ସ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking