29.1 C
Bhubaneswar
Monday, June 16, 2025
Homeଦେଶ ବିଦେଶଭାରତ ସପକ୍ଷରେ ବଢୁଛି ତାଲିବାନର ସମର୍ଥନ

ଭାରତ ସପକ୍ଷରେ ବଢୁଛି ତାଲିବାନର ସମର୍ଥନ

ନୂଆଦିଲ୍ଲୀ: ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ ଭାରତ ସପକ୍ଷରେ ବଢୁଛି ମୁସଲିମ୍ ରାଷ୍ଟ୍ରର ସମର୍ଥନ । ପହଲଗାମ ଘଟଣାରେ ଭାରତର ସମର୍ଥନ କରିଥିବାରୁ ଆଫଗାନିସ୍ତାନକୁ ଧନ୍ୟବାଦ ଜଣାଇଲା ଭାରତ । ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ୍ ମୁସ୍ତାକିଙ୍କ ସହ କଥା ହୋଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । ତେବେ ଏହା ହେଉଛି ଭାରତ ଓ ତାଲିବାନ ମଧ୍ୟରେ ପ୍ରଥମ ମନ୍ତ୍ରୀସ୍ତରୀୟ ଆଲୋଚନା । ପହଲଗାମ ଆକ୍ରମଣକୁ ଆଫଗାନିସ୍ତାନ ନିନ୍ଦା କରିବା ସହ ଭାରତର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଥିଲା । ଅପରେସନ ସିନ୍ଦୂର ସମୟରେ ଭାରତ-ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଖରାପ କରିବାକୁ ଗୁଜବ ସୃଷ୍ଟି କରିଥିଲା ପାକିସ୍ତାନ । ଭାରତର ଏକ ମିସାଇଲ୍ ଆଫଗାନିସ୍ତାନରେ ପଡ଼ିଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ଯାହାକୁ ଆଫଗାନିସ୍ତାନ ପକ୍ଷରୁ ଖଣ୍ଡନ କରାଯାଇଥିଲା । ତେବେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ନେଇ ମଧ୍ୟ ଦୁଇ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking