ଯାଜପୁର: ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି । ଗତକାଲି ଚଢାଉ ବେଳେ ୩ଟି ବହୁତଳ କୋଠା, କଟକରେ ଫ୍ଲାଟ ଠାବ ହୋଇଥିଲା । ସପିଂ କମ୍ପେ୍ଲକ୍ସ, ୫ ଦାମୀ ପ୍ଲଟ, ୭୦୦ ଗ୍ରାମ ସୁନା ଅଳଙ୍କାର ମିଳିଥିଲା । ବ୍ୟାଙ୍କ ଜମା ୬୫ ଲକ୍ଷ , ନଗଦ ୧ ଲକ୍ଷ ୮୫ ହଜାର ଠାବ ହୋଇଥିଲା । ଯାଜପୁର ଜିଲ୍ଲା ସୁନ୍ଦରିମୁହାଣ ସ୍ଥିତ ଗରଡେଶ୍ଵରରେ ପୈତୃକ ଘର, କାର୍ୟ୍ୟାଳୟ, ସରକାରୀ କ୍ଵାର୍ଟର ସହିତ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । କଟକ, ଭଦ୍ରକ ଓ ଭୁବନେଶ୍ଵରରେ ମଧ୍ୟ ଚଢ଼ାଉ କରାଯାଇଥିଲା ।