28.9 C
Bhubaneswar
Monday, June 22, 2026
Homeଓଡିଶା୯୯.୮୬% ଭୋଟରଙ୍କ ନିକଟରେ ପହଞ୍ଚିଲା ପରିଗଣନା ଫର୍ମ, ୮୬.୧୨% ଡିଜିଟାଇଜେସନ ସମ୍ପୂର୍ଣ୍ଣ

୯୯.୮୬% ଭୋଟରଙ୍କ ନିକଟରେ ପହଞ୍ଚିଲା ପରିଗଣନା ଫର୍ମ, ୮୬.୧୨% ଡିଜିଟାଇଜେସନ ସମ୍ପୂର୍ଣ୍ଣ

ଭୁବନେଶ୍ୱର: ରାଜ୍ୟବ୍ୟାପୀ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ  କାର୍ଯ୍ୟକ୍ରମ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ବୃହତ୍ ଅଭିଯାନ ସମାପ୍ତ ହେବାକୁ ଆଉ ମାତ୍ର ୬ ଦିନ ବାକି ରହିଥିବାବେଳେ, ଆସନ୍ତା ୨୮ ଜୁନ ଏହାର ଶେଷ ତାରିଖ। ଅବଶିଷ୍ଟ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ସମସ୍ତ ଜିଲ୍ଲାରେ କାର୍ଯ୍ୟକଳାପକୁ ଅଧିକ ତ୍ୱରାନ୍ୱିତ କରାଯାଇଛି।

ଆଜି ସୁଦ୍ଧା ରାଜ୍ୟର ୯୯.୮୬ ପ୍ରତିଶତ ଭୋଟରଙ୍କ ନିକଟରେ ପରିଗଣନା ଫର୍ମ ପହଞ୍ଚାଇ ଦିଆଯାଇଛି। ସଂଖ୍ୟା ଦୃଷ୍ଟିରୁ ଏହା ୩ କୋଟି ୩୩ ଲକ୍ଷ ୫୧ହଜାର ୯୬୭ ଜଣ ଭୋଟରଙ୍କୁ ଫର୍ମ ବଣ୍ଟନ କରାଯାଇଛି। ଶତପ୍ରତିଶତ ବଣ୍ଟନ ଲକ୍ଷ୍ୟ ହାସଲ କରିବା ପାଇଁ ବୁଥ୍ ସ୍ତରୀୟ ଅଧିକାରୀ ମାନେ ଅବଶିଷ୍ଟ ଭୋଟରଙ୍କ ସହ ନିରନ୍ତର ସମ୍ପର୍କ ରକ୍ଷା କରି ଫର୍ମ ବଣ୍ଟନ କାର୍ଯ୍ୟ ଜାରି ରଖିଛନ୍ତି।

ଏହି ସଂଶୋଧନ ପ୍ରକ୍ରିୟାରେ ଡାଟାର ସଠିକତା, ସ୍ୱଚ୍ଛତା ଏବଂ ଦ୍ରୁତ ପ୍ରକ୍ରିୟାକରଣ ପାଇଁ ଡିଜିଟାଇଜେସନକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଆଜି ସୁଦ୍ଧା ୮୬.୧୨ ପ୍ରତିଶତ ଫର୍ମର ଡିଜିଟାଇଜେସନ ସମ୍ପୂର୍ଣ୍ଣ ହୋଇଛି। ଅର୍ଥାତ୍ ୨ କୋଟି ୮୭ଲକ୍ଷ ୬୩ହଜାର ୪୧୭ ଜଣ ଭୋଟରଙ୍କ ସୂଚନା ସଫଳତାର ସହ ଡିଜିଟାଇଜ କରାଯାଇଛି ଅବଶିଷ୍ଟ ଫର୍ମଗୁଡ଼ିକର ଡିଜିଟାଲ୍ ଏଣ୍ଟ୍ରି କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

ଏହି ସ୍ୱତନ୍ତ୍ର ସଘନ ସଂଶୋଧନ ମାଧ୍ୟମରେ ସଂଗୃହୀତ ତଥ୍ୟ ଆଧାରରେ ରାଜ୍ୟ ପାଇଁ ଏକ ଅଧିକ ସ୍ୱଚ୍ଛ, ନିର୍ଭୁଲ ଓ ଅଦ୍ୟତନ ମତଦାତା ସୂଚୀ ପ୍ରସ୍ତୁତ କରାଯିବ। ଅବଶିଷ୍ଟ ୬ ଦିନ ମଧ୍ୟରେ ଶତପ୍ରତିଶତ ଫର୍ମ ସଂଗ୍ରହ ଓ ଡିଜିଟାଇଜେସନ ସମ୍ପୂର୍ଣ୍ଣ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନ, ନିର୍ବାଚକ ପଞ୍ଜୀକରଣ ଅଧିକାରୀ , ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଏବଂ ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ସମସ୍ତ ଭୋଟରଙ୍କୁ ଅନୁରୋଧ କରିଛନ୍ତି ଯେ, ଯଦି ଏପର୍ଯ୍ୟନ୍ତ ପରିଗଣନା ଫର୍ମ ଦାଖଲ କରିନାହାନ୍ତି, ତେବେ ଜୁନ୍ ୨୮ ପୂର୍ବରୁ ନିଜ ବୁଥ୍ ସ୍ତରୀୟ ଅଧିକାରୀ ଙ୍କୁ ଫର୍ମ ପ୍ରଦାନ କରନ୍ତୁ କିମ୍ବା ECINET ମାଧ୍ୟମରେ ଅନଲାଇନରେ ଦାଖଲ କରନ୍ତୁ, ଯାହାଦ୍ୱାରା ରାଜ୍ୟର ମତଦାତା ସୂଚୀକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରାଯାଇପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking