32.1 C
Bhubaneswar
Friday, April 26, 2024
Homeଖେଳହରଭଜନ ଓ ଶ୍ରୀନାଥଙ୍କୁ ଏମ୍‌ସିସି ଆଜୀବନ ସଦସ୍ୟତା

ହରଭଜନ ଓ ଶ୍ରୀନାଥଙ୍କୁ ଏମ୍‌ସିସି ଆଜୀବନ ସଦସ୍ୟତା

ଲଣ୍ଡନ: ପୂର୍ବତନ ଭାରତୀୟ କ୍ରିକେଟର୍ ହରଭଜନ ସିଂହ ଓ ଜଭାଗଲ୍ ଶ୍ରୀନାଥଙ୍କୁ ମଙ୍ଗଳବାର ମେରିଲବୋନ୍ କ୍ରିକେଟ୍ କ୍ଲବ୍ (ଏମ୍‌ସିସି)ର ଆଜୀବନ ସଦସ୍ୟତା ପ୍ରଦାନ କରାଯାଇଛି । ଚଳିତ ବର୍ଷ ଏହି ଦୁଇ ଭାରତୀୟଙ୍କ ସମେତ ୧୮ ଜଣ କ୍ରିକେଟର୍‌ଙ୍କୁ ଏହି ସମ୍ମାନ ମିଳିଛି । ଲର୍ଡ୍ସରେ ଅବସ୍ଥିତ ଏମ୍‌ସିସିକୁ କ୍ରିକେଟ୍ ନିୟମର ସଂରକ୍ଷକ କୁହାଯାଇଥାଏ । ଉଭୟ ହରଭଜନ ଓ ଶ୍ରୀନାଥଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର୍ ବହୁ ଉନ୍ନତ । ଭାରତ ପକ୍ଷରୁ ୧୦୩ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ହରଭଜନ ମୋଟ ୪୧୭ ୱିକେଟ୍ ନେଇ ଦେଶର ୩ୟ ସର୍ବାଧିକ ଟେଷ୍ଟ ୱିକେଟ୍ ହାସଲକାରୀ ହୋଇଥିବା ବେଳେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ ମୋଟ ୭୦୦ରୁ ଊର୍ଦ୍ଧ୍ୱ ୱିକେଟ୍ ତାଙ୍କ ନାମରେ ରହିଛି । ସେହିପରି ବର୍ତ୍ତମାନ ଆଇସିସି ଏଲିଟ୍ ପ୍ୟାନେଲ୍ ମ୍ୟାଚ୍ ରେଫରି ଥିବା ଶ୍ରୀନାଥ ମଧ୍ୟ ମହାନ୍ ଫାଷ୍ଟ ବୋଲର୍‌ଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ନାମରେ ୩୧୫ ଦିନିକିଆ ଏବଂ ୨୩୬ ଟେଷ୍ଟ ୱିକେଟ୍ ରହିଛି ।

ଚଳିତ ବର୍ଷର ଏହି ତାଲିକାରେ ୧୨ଟି ଟେଷ୍ଟ ଖେଳୁଥିବା ଦେଶ ମଧ୍ୟରୁ ୮ଟି ଦେଶ ପ୍ରତିନିଧିତ୍ୱ କରିଛି । ଇଂଲଣ୍ଡର ସର୍ବାଧିକ ଟେଷ୍ଟ ସ୍କୋରର୍ ଆଲିଷ୍ଟର୍ କୁକ୍‌, ଇଆନ୍ ବେଲ୍ ଓ ମାର୍କମ ଟ୍ରେସ୍କୋଥିକଙ୍କ ସହ ମହିଳା କ୍ରିକେଟର୍ ସାରା ଟେଲର୍ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ସାଉଥ୍ ଆଫ୍ରିକାର ୪ଜଣ ହାସିମ୍ ଅମ୍‌ଲା, ହର୍‌ଶ୍ଚିଲ୍ ଗିବ୍ସ, ଜାକ୍ୟୁସ୍ କାଲିସ୍ ଓ ମୋର୍ନେ ମୋର୍କେଲ୍‌ଙ୍କୁ ଚଳିତ ବର୍ଷ ଏହି ସମ୍ମାନ ମିଳିଛି । ଅଷ୍ଟ୍ରେଲିଆର ମହିଳା ବ୍ୟାଟର୍ ଆଲେକ୍ସ ବ୍ଲାକ୍‌ୱେଲ୍ ଓ ଦାମିଏନ୍ ମାର୍ଟିନ୍‌ଙ୍କୁ ତାଲିକାରେ ସାମିଲ କରାଯାଇଥିବା ବେଳେ ଇଆନ୍ ବିଶପ୍‌, ଶିବନାରାୟଣ ଚନ୍ଦରପଲ୍ ଓ ରାମନରେଶ ସରୱାନ୍ ୱେଷ୍ଟଇଣ୍ଡିଜ୍‌ର ପ୍ରତିନିଧିତ୍ୱ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଲଙ୍କାର ରଙ୍ଗନା ହେରାଥ୍‌, ନ୍ୟୁଜିଲାଣ୍ଡର ସାରା ମ୍ୟାକ୍‌ଗ୍ଲାଶନ୍ ଏବଂ ଜିମ୍ବାୱେ ଅଲ୍‌ରାଉଣ୍ଡର୍ ଗ୍ରାଣ୍ଡ୍ ପ୍ଲାୱାର୍‌ଙ୍କୁ ଏହି ତାଲିକାରେ ସାମିଲ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking