43.9 C
Bhubaneswar
Friday, April 19, 2024
Homeଓଡିଶାଆଜି ବି ରାଜ୍ୟରେ କରୋନା ୫ଶହ ଉପରେ : ଚିହ୍ନଟ ହେଲେ ୫୫୯ ସଂକ୍ରମିତ ଚିହ୍ନଟ,...

ଆଜି ବି ରାଜ୍ୟରେ କରୋନା ୫ଶହ ଉପରେ : ଚିହ୍ନଟ ହେଲେ ୫୫୯ ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର : ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ ।

ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି । ଆଜି ୫୫୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୨୧ ଓ ସ୍ଥାନୀୟ ଅଞ୍ଚଳରୁ ୨୩୮ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୭୧ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୨୭୯। ଅନୁଗୁଳରୁ ୨, ବାଲେଶ୍ୱର ୧୨, ବରଗଡ ୨, ଭଦ୍ରକ ୫, ବଲାଙ୍ଗୀର ୩, ବୌଦ୍ଧ ୧୮, କଟକ ୫୪, ଦେଓଗଡ ୨, ଢେଙ୍କାନାଳ ୧୦, ଗଞ୍ଜାମ ୪, ଜଗତସିଂହପୁର ୧୪, ଯାଜପୁର ୧୪, ଝାରସୁଗୁଡା ୨, କନ୍ଧମାଳ ୨, କେନ୍ଦ୍ରାପଡା ୪, କୋରାପୁଟ ୬, ମୟୁରଭଞ୍ଜ ୮, ନୟାଗଡ ୯, ପୁରୀ ୧୪, ରାୟଗଡା ୧, ସମ୍ବଲପୁର ୧୬, ସୁନ୍ଦରଗଡ ୧୦, ଷ୍ଟେଟ ପୁଲରୁ ୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୫୩୨ରେ ପହଞ୍ଚିଛି ।

ରାଜ୍ୟରେ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୩୯୮ ରହିଥିବା ବେଳେ ୪ ହଜାର ୭୮୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking