30.1 C
Bhubaneswar
Saturday, May 4, 2024
Homeଅପରାଧନିଖୋଜ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ନିଖୋଜ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଧର୍ମଶାଳା : ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ସୁନାରୀ ଗ୍ରାମ ନିକଟସ୍ଥ ଏକ କିଆବୁଦା ମୂଳରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୁଲିସ ଗୁରୁବାର ଉଦ୍ଧାର କରିଛି । ମୃତ ମହିଳା ସ୍ଥାନୀୟ ସୁନାରୀ ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ଗୀତାଞ୍ଜଳି ଦାଶ (୩୬) ବୋଲି ଜଣାପଡିଛି । ଗୀତାଞ୍ଜଳି ୧୬ ବର୍ଷ ତଳେ ଏହି ଥାନା ବାରବାଟି ପଞ୍ଚାୟତ ବେତଣ୍ଡା ଗ୍ରାମର ସୁରେନ୍ଦ୍ର ଦାଶଙ୍କୁ ବିବାହ କରିଥିଲେ । ଗତ କିଛି ବର୍ଷ ତଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହେବାରୁ ୫-୬ ବର୍ଷ ହେଲା ଗୀତଞ୍ଜଳୀ ତାଙ୍କ ବାପଘର ସୁନାରୀ ଗ୍ରାମରେ ରହୁଥିଲେ । ଗତ କିଛି ମାସ ହେଲା ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିବାବେଳେ ମଙ୍ଗଳବାର ସନ୍ଧ୍ୟାରେ ଘରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ବାପଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ତାଙ୍କୁ ନପାଇବାରୁ ତାଙ୍କ ଭାଇ ସୌମ୍ୟରଞ୍ଜନ ପାଣିଗ୍ରାହୀ ବୁଧବାର ଥାନାରେ ଅଭିଯୋଗ କରିଥିଲେ । ତେବେ ସୁନାରୀ ଗ୍ରାମ ନିକଟସ୍ଥ ଏକ କିଆବୁଦାରେ ଗୁରୁବାର ସକାଳେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ଲୋକେ ଦେଖିଥିଲେ । ମୃତଦେହ ନିକଟରେ ଏକ କିରୋସିନ ଜାର ପଡିଥିଲା । ତେବେ ଗୀତାଞ୍ଜଳି ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଗୀତାଞ୍ଜଳିର ବାପଘର ଲୋକେ ମୃତଦେହ ଚିହ୍ନଟ କରିବା ପରେ ପୁଲିସକୁ ଖବର ଦେଇଥିଲେ । ଖବରପାଇ ଧର୍ମଶାଳା ପୁଲିସ ଘଟଣାସ୍ଥାଳରେ ପହଞ୍ଚି ମୃତଦେହ ଜବତ କରିବା ସହଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ଲାଗି ପଠାଇ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking