33.1 C
Bhubaneswar
Thursday, April 25, 2024
Homeସିଙ୍ଗାପୁର ଓପନ୍ ବ୍ୟାଡ୍‌ମିଟନ୍‌ସିଙ୍ଗାପୁର ଓପନ୍‌: କ୍ୱାର୍ଟର୍‌ରେ ସାଇନା

ସିଙ୍ଗାପୁର ଓପନ୍‌: କ୍ୱାର୍ଟର୍‌ରେ ସାଇନା

ସିଙ୍ଗାପୁର: ପୂର୍ବତନ ବିଶ୍ୱ ନମ୍ବର ଏକ ସାଇନା ନେହ୍ୱାଲ୍ ଗୁରୁବାର ଚଳିତ ସିଙ୍ଗାପୁର ଓପନ୍ ସୁପର୍ ୫୦୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ତୃତୀୟ ସିଡ୍ ସିନ୍ଧୁ ବିଶ୍ୱର ୫୯ତମ ଖେଳାଳି ଭିଏତ୍‌ନାମ୍‌ର ଥୁୂଇ ଲିନ୍ ଏନ୍‌ଗୁଏନ୍‌ଙ୍କ ବିପକ୍ଷ ସଂଘର୍ଷପୂର୍ଣ୍ଣ ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ୧୯-୨୧, ୨୧-୧୯. ୨୧-୧୮ରେ ବିଜୟୀ ହୋଇଛନ୍ତି । ପରବର୍ତ୍ତୀ ମ୍ୟାଚ୍‌ରେ ସେ ଚୀନ୍‌ର ହାନ୍ ୟୁ’ଙ୍କୁ ଭେଟିବେ । ଏକ ଘଣ୍ଟା ନଅ ମିନିଟ୍‌ର ପୁରୁଷ ସିଙ୍ଗଲ୍ସ ମ୍ୟାଚ୍‌ରେ ବିଶ୍ୱର ୧୯ ନମ୍ବର ଖେଳାଳି ପ୍ରଣୟ ତୃତୀୟ ଚୀନା ତାଇପେଇର ଚୋଉ ତିଏନ୍ ଚେନ୍‌ଙ୍କୁ ୧୪-୨୧, ୨୨-୧୨୦, ୨୧-୧୮ ଗେମ୍‌ରେ ହରାଇ ଦେଇଛନ୍ତି । ଏହା ତିନି ସପ୍ତାହ ମଧ୍ୟରେ ଚେନ୍‌ଙ୍କ ବିପକ୍ଷରେ ପ୍ରଣୟଙ୍କ ଦ୍ୱିତୀୟ ବିଜୟ । ସେମିଫାଇନାଲ୍ ସ୍ଥାନ ପାଇଁ ୨୯ ବର୍ଷୀୟ ଭାରତୀୟ ଜାପାନର କୋଦାଇ ନାରାଓକାଙ୍କୁ ଭେଟିବେ । ଅନ୍ୟପକ୍ଷରେ ଲଣ୍ଡନ ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜୟିନୀ ସାଇନା ନେହ୍ୱାଲ୍ ଚୀନ୍‌ର ବିଶ୍ୱ ନମ୍ବର ୯ ଚୀନ୍‌ର ହି ବିଙ୍ଗ୍ ଜିଆଓଙ୍କ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରି ଫର୍ମକୁ ଫେରିଥିବାର ସଙ୍କେତ ଦେଇଛନ୍ତି । ଦ୍ୱିତୀୟ ଗେମ୍‌ରେ ପଛୁଆ ଥିବା ନେହ୍ୱାଲ୍ ୫୮ ମିନିଟ୍‌ର ମ୍ୟାଚ୍‌ରେ ବିଙ୍ଗ ଜିଆଓଙ୍କୁ ୨୧-୧୯, ୧୧-୨୧, ୨୧-୧୭ରେ ପରାଜିତ କରିଛନ୍ତି ।

ଏହି ବିଜୟ ଫଳରେ ଗତ କିଛିବର୍ଷ ଧରି ଆହତ ସମସ୍ୟା ଏବଂ ଫର୍ମକୁ ନେଇ ସଂଘର୍ଷ କରୁଥବା ୩୨ ବର୍ଷୀୟା ହାଇଦ୍ରାବାଦୀ ଖେଳାଳି ଅଢ଼େଇ ବର୍ଷ ପରେ ପ୍ରଥମ ସୁପର୍ ୫୦୦ କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଆହତ ସମସ୍ୟା ଏବଂ ଖରାପ ଫର୍ମ ଯୋଗୁଁ ଏପ୍ରିଲ୍‌ରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟ୍ରାଏଲ୍‌ରୁ ସେ ଓହରି ଯିବାକୁ ବାଧ୍ୟ ହୋଇଥିଲେ । ଗତବର୍ଷ ଓର୍ଲେଆନ୍ସ ମାଷ୍ଟର୍ସ ସୁପର୍ ୧୦୦ ସେମିଫାଇନାଲ୍‌ରେ ପ୍ରବେଶ କରିଥିବା ସାଇନା ୨୦୨୦ରେ ମାଲେସିଆ ମାଷ୍ଟର୍ସ ଏବଂ ବାର୍ସେଲୋନା ସ୍ପେନ୍ ମାଷ୍ଟର୍ସ କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଯାଇଥିଲେ । ସେହିପରି ଏମ୍‌ଆର୍ ଅର୍ଜୁନ୍ ଏବଂ ଧ୍ରୁବ କପିଳାଙ୍କ ଭାରତୀୟ ପୁରୁଷ ଯୋଡ଼ି ମାଲେସିଆର ଷଷ୍ଠସିଡ୍ ଗୋହ ଜି ଫେଇ ଏବଂ ନୁର୍ ଇଜୁଦ୍ଦିନ୍‌ଙ୍କ ବିପକ୍ଷରେ ୧୮-୨୧, ୨୪-୨, ୨୧-୧୮ର ଦମ୍‌ଦାର ବିଜୟ ସହ ମଧ୍ୟ ପୁରୁଷ ଡବଲ୍ସ କ୍ୱାର୍ଟର୍‌ରେ ପ୍ରବେଶ କରିଛନ୍ତି । ତେବେ ଦିନକୁ ପୂର୍ବେ ନିଜ ଦେଶର କିଦାମ୍ବୀ ଶ୍ରୀକାନ୍ତଙ୍କ ବିପକ୍ଷରେ ଆକର୍ଷଣୀୟ ବିଜୟ ହାସଲ କରିଥିବା ମିଥୁନ୍ ମଞ୍ଜୁନାଥଙ୍କ ଯାତ୍ରା ଦ୍ୱିତୀୟ ରାଉଣ୍ଡ୍‌ରେ ଶେଷ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking