37.1 C
Bhubaneswar
Saturday, May 18, 2024
Homeଅପରାଧବନ୍ଧୁକ ଦେଖାଇ ଦାଦାବଟି ଆଦାୟ, ୨ ଗିରଫ

ବନ୍ଧୁକ ଦେଖାଇ ଦାଦାବଟି ଆଦାୟ, ୨ ଗିରଫ

ବ୍ରହ୍ମପୁର: ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ସଦର ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଲୋଚାପଡ଼ା ରାମକୃଷ୍ଣ ନଗରର ତାରିଣୀ ଦାସ(୨୪) ଓ ଆଙ୍କୁଲି ନିଗମ ନଗରର ରୁଦ୍ର ପ୍ରସାଦ ମହାନ୍ତି(୧୯) ।  ପୁଲିସ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ପୁଲିସ ଘଟଣାରେ ବ୍ୟବହୃତ ବୁଲେଟ ଗାଡ଼଼ି (ଓଡି ୦୭ ଏଜି-୮୧୧୬) ଜବତ କରିଛି । ସୂଚନାଯୋଗ୍ୟ ଯେ ଲୋଚାପଡ଼ାରେ ପି.ପର୍ଶୁରାମ ପାତ୍ର ଆଳୁ ଓ ପିଆଜ ବ୍ୟବସାୟ କରନ୍ତି । ଗତ ୧୦ ତାରିଖ ରାତ୍ର ପର୍ଶୁରାମ ଦୋକାନରେ ବସିଥିବା ବେଳେ ୪ଜଣ ଯୁବକ ସେଠାରେ ପହଞ୍ଚି ତାଙ୍କୁ ୧୦ ହଜାର ଟଙ୍କା ଦାଦାବଟି ମାଗିଥିଲେ । ଖବର ପାଇ ତାଙ୍କ ପୁଅ ପି. ଚନ୍ଦ୍ର କୁମାର ପାତ୍ର ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଆମ ଅଞ୍ଚଳରେ ବ୍ୟବସାୟ କରୁଛ, ଏଣୁ ଆମକୁ ମାସିକ ୧୦ ହଜାର ଦାଦାବଟି ଦେବାକୁ କହିବା ସହ ଧମକଚମକ ଦେଇଥିଲେ । ପରେ ଏନେଇ ବ୍ୟବସାୟୀ ଚନ୍ଦ୍ରକୁମାର ସଦର ଥାନାରେ ଅଭିଯୋଗ କରିଥିଲେ ।

ତାଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି କେ. ପ୍ରସାଦ ରାଓଙ୍କ ଘରେ ଚଢ଼ଉ କରିବା ସହ ଗିରଫ କରି ତାଙ୍କ ବୁଲେଟ ଗାଡ଼ିଟିକୁ ଜବତ କରିଥିଲା । ଅନ୍ୟପକ୍ଷରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେ. ପ୍ରସାଦ ରାଓ ଓ ତାଙ୍କ ସହଯୋଗୀ ଚଢ଼ଉବେଳେ ଫେରାର ହୋଇଯାଇଥିଲେ ବୋଲି ପୁଲିସ କହିଛି । ପ୍ରସାଦ ରାଓ ଜଣେ ପେସାଦାର ଅପରାଧୀ ଥିବାବେଳେ ତାଙ୍କ ନାମରେ ଏକାଧିକ ମାମଲା ରହିଛି । ଡକାୟତି ମାମଲାରେ ଗିରଫ ହୋଇ ଜେଲ୍‌ରେ ଥିବା ପ୍ରସାଦ ନିକଟରେ ଜାମିନରେ ଆସିଥିଲେ । ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ସେ ଦାଦାବଟି ମାଗିଥିଲେ ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବକୁ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking