28.1 C
Bhubaneswar
Saturday, April 27, 2024
Homeଓଡିଶା୬୧ କିଲୋ ଗଞ୍ଜେଇ ସହିତ ବୋଲେର ,୨୦ ହଜାର ଟଙ୍କା,ତିନୋଟି ମୋବାଇଲ ଜବତ, ୩ ଅଟକ

୬୧ କିଲୋ ଗଞ୍ଜେଇ ସହିତ ବୋଲେର ,୨୦ ହଜାର ଟଙ୍କା,ତିନୋଟି ମୋବାଇଲ ଜବତ, ୩ ଅଟକ

ମୟୂରଭଞ୍ଜ : ୬୧ କିଲୋ ଗଞ୍ଜେଇ ଜବତ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଶ୍ୟାମାନନ୍ଦପୁର ଗ୍ରାମର ରବିନ୍ଦ୍ର କୁମାର ଦେ(୫୦) ଙ୍କ ଘରୁ ଜବତ। ତେବେ ତାଙ୍କ ଘରେ ରହି ଚୋରା ଗଞ୍ଜେଇ ବ୍ୟବସାୟ ଚଳାଇ ଆସୁଥିଲେ ଦୁଇ ଅଭିଯୁକ୍ତ। ମାତ୍ର ଆଜି ବିପୁଳ ପରିମାଣର ଗଞ୍ଜେଇ ରଖିଥିବାର ଖବରପାଇ ଅଚାନକ ଚଢ଼ାଉ କରି ସନ୍ଦିଗ୍ଧ ୨ ବ୍ୟବସାୟୀ ରାଫତକ୍ ଅଲ୍ଲୀ(୪୨) ଓ ମିହିର ବିଶ୍ୱାଳ(୨୦)ଙ୍କୁ ଗିରଫ କରିବାରେ ସଫଳ ହୋଇଛି ରାସଗୋବିନ୍ଦପୁର ଥାନା ପୋଲିସ । ପୋଲିସ ପହଞ୍ଚିଲା ବେଳକୁ ଘର ସାମ୍ନାରେ ଏକ ବୋଲେରର ନମ୍ବରପ୍ଲେଟ ବଦଳ କରୁଥିଲେ ଏହି ଦୁଇ ଅଭିଯୁକ୍ତ । ତେବେ ୬୧ କିଲୋ ଗଞ୍ଜେଇ ସହିତ ଏକ ବୋଲେର ଗାଡି ,ନଗଦ ୨୦ ହଜାର ଟଙ୍କା ସହିତ ତିନୋଟି ମୋବାଇଲ ଜବତ କରିଛି ପୋଲିସ । ପରେ ଘରଭଡା ଦେଇଥିବା ଘରମାଲିକ ରବିନ୍ଦ୍ର କୁମାର ଦେଙ୍କୁ ମଧ୍ୟ ଥାନାକୁ ଆଣି ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ । ତେବେ ରବିନ୍ଦ୍ର କୁମାର ଦେ ରଫାକତ ଅଲ୍ଲୀଙ୍କୁ ଭଡା ସୂତ୍ରରେ ଘର ଦେଇଥିଲେ ବୋଲି କହିଛନ୍ତି। ରଫାକତ ଅଲ୍ଲୀ ଘରଭଡା ନେଇ ଓ୍ବେଲଡିଂ ଦୋକାନ କରିଥିଲେ।
ମାତ୍ର ଗଞ୍ଜେଇ ସହ ଜବତ ବୋଲେର ଆଗରେ ଓଡିଶା ନମ୍ବର ଥିବା ବେଳେ ପଛପଟେ ବେଙ୍ଗଲ ନମ୍ବର ଥିବା ଦେଖାଯାଉଛି । ଜବତ ଗଞ୍ଜେଇର ଆନୁମାନିକ ବଜାରଦାମ ପ୍ରାୟ
ତିନି ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି । ତେବେ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଜବତ ହୋଇ ଥିବା ବୋଲେରୋ ଆଗରେ ଓଡିଶା ନମ୍ବର OR 01U 2181ନମ୍ବର ଥିବା ବେଳେ ଗାଡି ପଛରେ ଷ୍ଟିକରିଂ ନମ୍ବର WB 58T 4787 ଲେଖା ଅଛି। ଯାହାକି ଚୋରା କାରବାରରେ ଏହି ବୋଲେରୋକୁ ଅଭିଯୁକ୍ତମାନେ ଚତୁରତାର ସହ ବ୍ଯବହାର କରୁଥିବା ସ୍ପଷ୍ଟ ପ୍ରମାଣିତ କରୁଛି। ଅନ୍ୟପଟେ ଏହି ଅଞ୍ଚଳରେ ପ୍ରାୟତଃ ବିଭିନ୍ନ ପ୍ରକାରର ଚୋରାକାରବାରୀଙ୍କ ଦୋୖରାତ୍ମ୍ଯ ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ଚୋରା ବ୍ୟବସାୟୀଙ୍କ ଉପରେ ପୋଲିସ ନଜର ରଖି ଆସୁଥିବା ବେଳେ ଆଜି ଅଭିନବ ଉପାୟରେ ଗଞ୍ଜେଇ ଜବତ କରି ଉଦାହରଣ ସୃଷ୍ଟି କରିଛି ରାସଗୋବିନ୍ଦପୁର ପୋଲିସ । ଏହାବ୍ୟତୀତ ଏହି ଚୋରା କାରବାରରେ ଆହୁରି ଲୋକଙ୍କ ସଂପୃକ୍ତି ଥିବା ଅନୁମାନ କରି ପୋଲିସ ଅଧିକ ତଦନ୍ତଜାରୀ ରଖିଛି । ଘଟଣା ସମ୍ପର୍କରେ ପ୍ରତିକ୍ରିୟା ପାଇଁ ରାସଗୋବିନ୍ଦପୁର ଥାନା ଆଇ ଆଇ ସି ଲୋପାମୁଦ୍ରା ନାୟକ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ସୁନ୍ଧା ସେ କେମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking