37.2 C
Bhubaneswar
Friday, April 19, 2024
Homeଓଡିଶାଜଙ୍ଗଲରେ ସାତ ଦିନ ହେବ ଧ୍ୟାନରେ ଯୁବତୀ

ଜଙ୍ଗଲରେ ସାତ ଦିନ ହେବ ଧ୍ୟାନରେ ଯୁବତୀ

ନବରଙ୍ଗପୁର : ଆଧ୍ୟାତ୍ମିକ ମାସ କାର୍ତ୍ତିକରେ ଆସ୍ଥାର ପାହାଡ଼ରେ ବିଶ୍ୱାସ ର ପରୀକ୍ଷା । ପୁଣି ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ପୋଡ଼ାଗଡ଼ ଶୈବ ପୀଠ । ଗତ କିଛି ଦିନ ପୂର୍ବେ ପୋଡ଼ାଗଡ଼ ପାହାଡ଼ ରୁ ପଥର ଖସିବା କୁ ନେଇ ଭବିଷ୍ୟତରେ କୌଣସି ଅଘଟଣ ଆଶଙ୍କା ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା ଓ ଲୋକେ ଏହି ପଥର କୁ ଭଗବାନ ଭାବି ପୂଜାର୍ଚ୍ଚନା କରିଥିଲେ । ଲୋକଙ୍କ ମନରୁ ଏହାର ଭୟ ଲିଭି ନ ଥିବା ବେଳେ ନିଜ ଶରୀରରେ ଭଗବାନ ଶିବ ଙ୍କ ପ୍ରବେଶ ଦାବି କରି ଧ୍ୟାନ ମଗ୍ନରେ ଏହି ପାହାଡ଼ ରେ ଗତ ନଅଦିନ ଧରି ଜଣେ ଯୁବତୀ ଆଖିଆ ଅପିଆ ରେ ରହିଛନ୍ତି । ସ୍ୱପ୍ନାଦେଶ ଦେଇ ତାଙ୍କ ଶରୀରରେ ଶିବ ଆବିର୍ଭାବ ହୋଇଥିବା ଯୁବତୀ ଦାବି କରିଛନ୍ତି ।
ଘଞ୍ଚ ଜଙ୍ଗଲ ଓ ପାହାଡ଼ ରେ ଆଖି ବନ୍ଦ କରି ଧ୍ୟାନରେ ଲୀନ ଯୁବତୀ । ନିକଟରେ କେହି ନ ଥିବା ବେଳେ ମନରେ ନାହିଁ ହିଂସ୍ର ଜନ୍ତୁଙ୍କ ଭୟ । କାରଣ ଶିବ ପ୍ରବେଶ କରିଛନ୍ତି ଶରୀରରେ । ଏଭଳି ଦାବି କରି ଗତ ସାତ ଦିନ ଧରି ବିନା କୌଣସି ଖାଦ୍ୟ କିମ୍ବା ଜଳ ଗ୍ରହଣ କରି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ପଞ୍ଚାୟତ ର ଚାରିଆଗୁଡା ପାହାଡରେ ଯୁବତୀ ଧ୍ୟାନ ରେ ରହିଛନ୍ତି । ପୋଡ଼ାଗଡ଼ ରେ ପୂଜା ପାଉଥିବା ବାବା ଭୈରବ ତାଙ୍କୁ ସ୍ୱପ୍ନାଦେଶ ଦେଇ ତାଙ୍କ ଶରୀର ମଧ୍ୟରେ ପ୍ରବେଶ କରିଥିବା ଦାବି କରିଛନ୍ତି । ତେଣୁ ସେ ସାତ ଦିନ ଧରି ଧ୍ୟାନ ରେ ଥିବା ବେଳେ ୨୧ ଦିନ ଧରି ଧ୍ୟାନରେ ବସିବା ନେଇ ଯୁବତୀ ପ୍ରକାଶ କରିଛନ୍ତି । ଲୋକ ଙ୍କ ଆସ୍ଥା ଓ ବିଶ୍ୱାସ ର ପ୍ରତୀକ ଏହି ପୋଡ଼ାଗଡ଼ ପାହାଡ଼ ରେ ବାବା ଭୈରବ ପୂଜା ପାଉଥିବା ବେଳେ ଏହି ପାହାଡ଼ ର ପ୍ରତ୍ୟେକ ଘଟଣା ଲୋକ ଙ୍କ ଆସ୍ଥା ସହ ଜଡିତ ଅଛି । ତେଣୁ ଭବିଷ୍ୟତରେ କୌଣସି ଶୁଭ ଓ ଅଶୁଭ ସୂଚନା ଏହି ପାହାଡ଼ ପୂର୍ବରୁ ସଂକେତ ଦେଇଥିବା ନେଇ ଲୋକଙ୍କ ମନରେ ବିଶ୍ୱାସ ରହିଛି । ଯେଉଁଥିପାଇଁ ଜିଲ୍ଲା ଓ ପୋଡ଼ାଶୀ ଜିଲ୍ଲା ସମେତ ପୋଡ଼ାଶୀ ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟ ରୁ ମଧ୍ୟ ପୂଜାର୍ଚ୍ଚନା ପାଇଁ ଲୋକଙ୍କ ସୁଅ ଛୁଟିଥାଏ ଏହି ଶୈବ ପୀଠ କୁ । ଗତ କିଛି ଦିନ ପୂର୍ବେ ଏହି ପାହାଡ଼ ଶିଖରରୁ ଏକ ବିରାଟ ପଥର ଖସି ପାହାଡ଼ ପାଦ ଦେଶରେ ଅଟକି ରହିଥିଲା କରନା ମହାମାରୀ ସମୟରେ ଯାହାକୁ ନେଇ ଭବିଷ୍ୟତରେ କୌଣସି ସଙ୍କଟ ର ସମୟ ବୋଲି ଲୋକଙ୍କ ମନରେ ଭୟ ଜାତ ହୋଇଥିଲା । ତେଣୁ ଲୋକେ ଭଗବାନ ଭାବି ପଥର କୁ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ଏହାର ଠିକ କିଛି ଦିନ ଅନ୍ତରାଳ ପରେ ପରେ ସ୍ୱପ୍ନାଦେଶ ପାଇ ଯୁବତୀ ଙ୍କ ଶରୀରରେ ଶିବ ଆବିର୍ଭାବ ଘଟଣା ଲୋକଙ୍କ ଭୟ କୁ ଦ୍ବିଗୁଣିତ କରିଛି । ବିନା କୌଣସି ହିଂସ୍ର ଜନ୍ତୁ ଙ୍କ ଭୟରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଗତ ନଅ ଦିନ ଧରି ଯୁବତୀ ଧ୍ୟାନରେ ଥିବା ବେଳେ ଯୁବତୀ ଙ୍କ ନିକଟକୁ ଭୟ ରେ କେହି ଯାଉ ନ ଥିବା ବେଳେ ଯୁବତୀ କୁ ଭଗବାନ ଭାବି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking