39.1 C
Bhubaneswar
Friday, April 26, 2024
Homeଓଡିଶାମନ୍ଦିରକୁ ଭକ୍ତ ଆସୁନଥିବାରୁ ଚିନ୍ତାରେ ପୂଜକ

ମନ୍ଦିରକୁ ଭକ୍ତ ଆସୁନଥିବାରୁ ଚିନ୍ତାରେ ପୂଜକ

ନୟାଗଡ଼ : ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସ । ଏହି ମାସରେ ସମସ୍ତ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ଲାଗି ରହିଥାଏ ଜନଗହଳି । ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳ ସବୁ ମନ୍ଦିର ହବିଷ୍ୟାଳିଙ୍କ ହୁଳହୁଳିରେ ପ୍ରକମ୍ପିତ ହୋଇଥାଏ ପୁରା ପରିବେଶ । ମନ୍ଦିର ମାନଙ୍କରେ ବିଶେଷ କରି ସମସ୍ତ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ମାତ୍ର ଚଳିତ ବର୍ଷ କରୋନା କଟକଣା ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ନାହିଁ । ଭକ୍ତ ମନା ମନ୍ଦିର । ଵିଧି ରକ୍ଷା ପାଇଁ କେବଳ ପୂଜାରୀ ପ୍ରଭୁଙ୍କର ପୂଜାର୍ଚ୍ଚନା କରୁଛନ୍ତି । ନୟାଗଡ଼ ଜିଲ୍ଲା ନଡ଼ିଆଳି ଗ୍ରାମପଂଚାୟତ ପଲ୍ଲୀଶାସନ ଗ୍ରାମ ଅଛନ୍ତି ବାବା ବାଲୁଙ୍କେଶ୍ୱର । କାହିଁ କେଉଁ ଅନାଦି କାଳରୁ ବାବା ବାଲୁଙ୍କେଶ୍ୱର ପୂଜା ପାଉଛନ୍ତି । ଏହା ଏକ ଶୈବ ପୀଠ । ମନ୍ଦିର ଚାରିପଟେ ସରକାରଙ୍କ ତରଫରୁ ବୃକ୍ଷ ଲଗାଯାଇଛି । ଅନେକ ସୁବିଧାସୁଯୋଗ ରହିଛି । କିନ୍ତୁ ମନ୍ଦିରକୁ ଭକ୍ତ ଆସୁନଥିବାରୁ ଚିନ୍ତାରେ ପୂଜକ । ଭକ୍ତ ଆସୁନଥିବାରୁ ଦାନଅନୁଦାନ ବନ୍ଦ ହୋଇଯାଇଛି । ପୂଜକ ପରିବା ଚିନ୍ତାରେ । ପଲ୍ଲୀଶାସନ ଗ୍ରାମର ପ୍ରାୟ 12 ପରିବାର ବାବା ବାଲୁଙ୍କେଶ୍ୱରଙ୍କ ସେବା କରିଥାନ୍ତି । ଏବେ ଏହି ପରିବାର ଅଭାବ ଅନଟନରେ ଅଛନ୍ତି । ସରକାର ମନ୍ଦିର ଖୋଲିବାକୁ ଦାବୀ କରିଛନ୍ତି ପୂଜକ ମାନେ । ସେହିପରି ମନ୍ଦିରକୁ ଭକ୍ତ ନଆସିପାରି ଭାବବିହ୍ଵଳ ନୟନରେ ବାହାରୁ ଦେଖି ଚାଲିଯାଉଛି । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହୋଇପାରୁନି ସାକ୍ଷାତ । କାର୍ତ୍ତିକ ମାସରେ ଏହି ଶୈବ ପୀଠ ସ୍ୱତନ୍ତ୍ର ପୁଜାର୍ଚ୍ଚନା କରାଯାଏ । ମାସରେ କାର୍ତ୍ତିକ ସୋମବାର ବ୍ରତ ରଖିଲେ ମନସ୍କାମନା ପୂରଣ କରି ଥାଆନ୍ତି ମହାଦେବ । କାର୍ତ୍ତିକ ବ୍ରତ ରଖିବା ସହ ପଞ୍ଚୁକ ବଡ଼ଓଷା ପାଳନ କରି ଥାଆନ୍ତି ଶ୍ରଦ୍ଧାଳୁ । ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଭକ୍ତମାନେ ମନ୍ଦିର ମାନଙ୍କୁ ମନ୍ଦିର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଫଳରେ ଭକ୍ତମାନେ ଘରେ ରହି ପୁଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସେହିପରି କୋଭିଡ ନିୟମ ଅନୁଯାୟୀ ମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଥିଲେ ମଧ୍ୟ ସାଧାରଣ ଦର୍ଶନ ବନ୍ଦ ରହିଛି। ହବିଷ୍ୟାଳୀଙ୍କ ପାଇଁ ମଧ୍ୟ କୋଭିଡ ନିୟମ ଲାଗୁ କରାଯାଇଛ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking