40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗରାଜ୍ୟରେ କମିବ ନାହିଁ ଏସସି/ଏସଟି ପିଲାଙ୍କ ଛାତ୍ରବୃତ୍ତି ରାଶି

ରାଜ୍ୟରେ କମିବ ନାହିଁ ଏସସି/ଏସଟି ପିଲାଙ୍କ ଛାତ୍ରବୃତ୍ତି ରାଶି

ଭୁବନେଶ୍ୱର : ରାଜ୍ୟରେ କମିବ ନାହିଁ ଏସସି/ଏସଟି ପିଲାଙ୍କ ଛାତ୍ରବୃତ୍ତି ରାଶି । ପ୍ରଚଳିତ ହାରରେ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ପାଇବେ ଛାତ୍ରଛାତ୍ରୀ । ବୃତ୍ତି ରାଶି କମାଇବା ନିଷ୍ପତ୍ତି ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ମାଟ୍ରିକ ପରବର୍ତ୍ତୀ ବୃତ୍ତି ସଂପର୍କିତ ଫାଇଲ୍‌ର ବିଶଦ ଅନୁଧ୍ୟାନ ପାଇଁ ନିର୍ଦେଶ ଦେଇଛନ୍ତି ନବୀନ । ତେବେ SC/ST ବିକାଶ ବିଭାଗ ପୂର୍ବରୁ ନେଇଥିବା ନିଷ୍ପତ୍ତିର ଅନୁଧ୍ୟାନ କରାଯିବ। ଏ ସଂପର୍କିତ ଫାଇଲ୍‌ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ନବୀନ ନିର୍ଦେଶ ଦେଇଛନ୍ତି ।ବି-ଟେକ୍ ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ ୬୦ ହଜାର ଟଙ୍କା ବୃତ୍ତି ମିଳୁଥିଲ ।ଏବେ ତାହା କମି ୨୫ ହଜାରରେ ପହଞ୍ଚିଛି ।ସେହିପରି ଏମ୍‌.ଟେକ୍ ୬୬ ହଜାର ପରୀବର୍ତ୍ତେ ୨୫ ହଜାର,ଏମ୍‌ବିଏ ୬୫ହଜାର ପରିବର୍ତ୍ତେ ୨୫ ହଜାର ବିଏ.ଏମ.୍‌ଏସ୍ ୪୫ହଜାର ପରୀବର୍ତ୍ତେ ୨୫ ହଜାର, ବିଏଚ୍‌.ଏମ.ଏସ ୪୦ହଜାର ପରିବର୍ତ୍ତେ ଏହା କମ ୭ହଜାର ୨୦୦ ଟଙ୍କାରେ ପହଞ୍ଚିଛି । ସେହିପରି ବହୁ କୋର୍ସର ବୃତ୍ତିରାଶି କମାଇ ଦିଆଯାଇଛି । ଏପରି ସ୍ଥିତିରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷରେ ପୁରୁଣା ବୃତ୍ଥିରାଶି ପାଇଛନ୍ତି ।ଏବେ ସେମାନେ ଆସନ୍ତା ବର୍ଷ ମାନଙ୍କରେ ଏତେ କମ୍ ରାଶି ପାଇ କେମିତି ପାଠ ପଢିବେ ତାହା ସନ୍ଦେହ ସୃଷ୍ଟି କରୁଛି ।ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷରେ ପୁରୁଣା ବୃତ୍ତି ରାଶି ପାଇଛନ୍ତି ,ଏବେ ସେମାନେ ଆସନ୍ତା ବର୍ଷ ମାନଙ୍କରେ ଏତେ କମ୍ ରାଶି ପାଇଁ କେମିତି ପାଠ ପଢିବେ ,ତାକୁ ନେଇ ଦୃଢ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏସ.ସି, ଏସ୍‌.ଟି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking