32.1 C
Bhubaneswar
Saturday, May 4, 2024
Homeକରୋନାବାହାଘର ପରଦିନ କରୋନାରେ ଗଲା ବରର ଜୀବନ; ୯୫ ବରଯାତ୍ରୀ ହେଲେ ସଂକ୍ରମିତ

ବାହାଘର ପରଦିନ କରୋନାରେ ଗଲା ବରର ଜୀବନ; ୯୫ ବରଯାତ୍ରୀ ହେଲେ ସଂକ୍ରମିତ

ପାଟଣା : ବିହାର ରାଜଧାନୀ ପାଟନା ନିକଟରେ ଥିବା ଏକ ଗାଁ’ରେ ଗତ କିଛି ଦିନ ତଳେ ଏକ ବିବାହ ଉତ୍ସବ ଥିଲା । ଗୁରୁଗ୍ରାମରେ ସପ୍ଟୱେୟାର ଇଂଜିନିୟର ଭାବେ କାମ କରୁଥିବା ଜଣେ ୩୦ବର୍ଷୀୟ ଯୁବକଙ୍କ ବିବାହ ହୋଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ବିବାହ ପରଦିନ ବର କରୋନାରେ ପ୍ରାଣ ହରାଇଛନ୍ତି ଏବଂ ବିବାହ ଉତ୍ସରେ ଯୋଗ ଦେଇଥିବା ୯୫ଜଣ ବରଯାତ୍ରୀ ମଧ୍ୟ କରୋନା ଆକ୍ରାନ୍ତରେ କବଳିତ ହୋଇଛନ୍ତି । କରୋନାରେ ପ୍ରାଣ ହରାଇଥିବା ଉକ୍ତ ଯୁବକଙ୍କ କରୋନା ଟେଷ୍ଟ କରାଯାଇ ନାହିଁ ।

କିନ୍ତୁ ତାଙ୍କ ନିକଟରେ କରୋନାର ସମସ୍ତ ଲକ୍ଷଣ ଦେଖିବାକୁ ମିଳିଥିଲା । ତେବେ ବର କରୋନାରେ ପ୍ରାଣ ହରାଇଥିବା ଖବର ଜିଲ୍ଲା ପ୍ରଶାସନ ନିକଟରେ ପହଂଚିବା ପରେ ପ୍ରଥମେ ବରର ଘନିଷ୍ଠ ସମ୍ପର୍କୀୟ ଯେଉଁମାନେ ବିବାହରେ ଯୋଗ ଦେଇଥିଲେ ସେମାନଙ୍କର କରୋନା ଟେଷ୍ଟ କରାଯାଇଥିଲା । ପ୍ରଥମେ ୧୫ଜଣଙ୍କର ଠାରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା । ପରେ ଅନ୍ୟ ମାନଙ୍କ ଟେଷ୍ଟ ହେବା ପରେ ଆଉ ୮୦ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ବରର ପରିବାର ଲୋକେ କାହାକୁ କିଛି ଅବଗତ ନକରି ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିବାରୁ ପାଟଣା ପ୍ରଶାସନ ପକ୍ଷରୁ ତାଙ୍କର କରୋନା ଟେଷ୍ଟ କରାଯାଇ ନାହିଁ ।

ପୁଲିସ କହିବାନୁଯାୟୀ, କରୋନାରେ ପ୍ରାଣ ହରାଇଥିବା ଉକ୍ତ ଯୁବକ ଜଣଙ୍କ ମେ’ ୧୨ତାରିଖରେ ପାଟଣା ସ୍ଥିତ ତାଙ୍କ ଡ଼ିହପାଲି ଗ୍ରମାକୁ ଆସିଥିଲେ । ଏହି ସମୟ ମଧ୍ୟରେ ତାଙ୍କ ଠାରେ କରୋନା ଭାଇରସ୍‌ର ଲକ୍ଷଣ ଦେଖିôବାକୁ ମିଳିଥିଲା । କିନ୍ତୁ ପରିବାର ଲୋକେ ଏଥିପ୍ରତି ଧ୍ୟାନ ନଦେଇ ତାଙ୍କର ବିବାହ କରାଇଥିଲେ । କିନ୍ତୁ ବିବାହର ଦୁଇଦିନ ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡ଼ିଯିବାରୁ ତାଙ୍କୁ ପାଟନା ସ୍ଥିତ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ବରପକ୍ଷଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ କୋଭିଡ୍ ନିୟମର ବ୍ୟାପକ ଉଲ୍ଲଂଘନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking