28.1 C
Bhubaneswar
Tuesday, May 21, 2024
Homeଖାଦ୍ୟଗ୍ରୀଷ୍ମଋତୁରେ ପିଅନ୍ତୁ ଘରତିଆରି ସ୍ୱାଦିଷ୍ଟ ଆମ୍ବ ପଣା !

ଗ୍ରୀଷ୍ମଋତୁରେ ପିଅନ୍ତୁ ଘରତିଆରି ସ୍ୱାଦିଷ୍ଟ ଆମ୍ବ ପଣା !

ଭୁୁବନେଶ୍ୱର : ପ୍ରବଳ ଉତ୍ତାପ ଯୋଗୁ ଜନଜୀବନ ଛଟପଟ ହେଉଛନ୍ତି। ଗରମରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଗରମ ଓ ଗୁଳୁଗୁଳି ଯୋଗୁ ଲୋକମାନେ ଥଣ୍ଡା ଜାତୀୟ ଖାଦ୍ୟ ଏବଂ ପାନୀୟ ଜଳ ପାଇବାକୁ ଭଲ ପାଉଛନ୍ତି। ଖରାରେ ବାହାରକୁ ଗଲେ ବେଲ ପଣା ହେଉ କି ଆମ୍ବ ପଣା, କିମ୍ବା ତରଭୁଜ ଖାଇବାକୁ ପସନ୍ଦ କରୁଛନ୍ତି। ତେବେ ଯଦି ଆପଣ ଖରାରେ ବାହାରକୁ ଯାଉନାହାଁନ୍ତି ଘରେ ସ୍ୱାଦିଷ୍ଟ ଆମ୍ବ ପଣା ପ୍ରସ୍ତୁତ କରି ପିଇପାରିବେ। ଆମ୍ବ ପଣା କେବଳ ଗରମରୁ ଆଶ୍ୱସ୍ତି ଦେବ ତାହା ନୁହେ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ। ପେଟରେ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଏବଂ ବାନ୍ତି ଭଳି ସମସ୍ୟା ଥିଲେ ଲୋକମାନେ ଆମ୍ବ ପଣା ପିଇବା ଦ୍ୱାରା ଭଲ ହୋଇଥାଏ । ତେବେ ଆମ୍ବ ପଣା ଶରୀରକୁ ହାଇଡ୍ରେଟ୍‌‌ ରଖେ। ଗ୍ରୀଷ୍ମ ପ୍ରବାହ ଯୋଗୁ ଅତ୍ୟଧିକ ଝାଳ ବୋହୁଥିବାରୁ ଶରୀରରେ ଜଳ ଅଭାବ ଦେଖା ଦେଇଥାଏ। ଶରୀରକୁ ହାଇଡ୍ରେଟ୍‌‌ ରଖିବାରେ ଆମ୍ବ ପଣା ବେଶ ଲାଭଦାୟକ। ଏଥିରେ ଭିଟାମିନ୍‌‌ ଏ, ସି ଏବଂ ଆଇରନ୍‌‌ ପରି ଜରୁରୀ ପୋଷକ ତତ୍ତ୍ୱ ରହିଥାଏ। ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ପ୍ରସ୍ତୁତି ପ୍ରଣାଳୀ:
କଞ୍ଚା ଆମ୍ବକୁ ଭଲ ଭାବରେ ଧୋଇ ପ୍ରେସର କୁକରରେ ଅଳ୍ପ ପାଣି ଦେଇ ଗୋଟିଏ କିମ୍ବା ୨ଟି ସିଟି ଦିଅନ୍ତୁ। ସିଝିଲା ପରେ ସେଥିରୁ ଚୋପା ବାହାର କରିଦେଇ ଗ୍ରାଇଣ୍ଡରେ ପୁଦିନା ପତ୍ର, ଚିନି, କଳା ଲୁଣ, ଜିରା ପଉଡର ଦେଇ ଭଲ ଭାବରେ ମିକ୍ସ କରି ଦିଅନ୍ତୁ। ଏବେ ଗୋଟିଏ ଲିଟର ପାଣିରେ ଏହି ମିକ୍ସରକୁ ମିଶାଇ ଦିଅନ୍ତୁ। ଗ୍ଲାସରେ ଏହାକୁ ରଖି ଫ୍ରିଜରେ ଥଣ୍ଡା ହେବାକୁ ୧୦ରୁ ୨୦ମିନିଟ ରଖି ଦିଅନ୍ତୁ। ଏହାପରେ ଆମ୍ବ ପଣାକୁ କାଢି ପରଷି ଦିଅନ୍ତୁ।

ଆବଶ୍ୟକୀୟ ଉପକରଣ : କଞ୍ଚା ଆମ୍ବ -୧, ପୁଦିନା ପତ୍ର- ୧୦/୧୨ଟା, ଚିନି- ସ୍ୱାଦ ଅନୁସାରେ, କଳା ଲୁଣ- ଅଧା ଚାମଚ,ଜିରା ପାଉଡର – ଅଧା ଚାମଚ, ପାଣି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking