33.1 C
Bhubaneswar
Thursday, April 25, 2024
Homeଅପରାଧବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ନୟାଗଡ଼ : ନୟାଗଡ଼ ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ ପଥରରେ ଛେଚି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସୂଚନା ଅନୁଯାୟୀ, ନୟାଗଡ଼ ଟାଉନ୍ ଥାନା ଅନ୍ତର୍ଗତ ଡିଆଁପଡା ଗ୍ରାମର ପ୍ରହ୍ଲାଦ ଜେନା(୬୫) ନିଜ ଫସଲ ଜଗିବା ପାଇଁ ରାତିରେ ବିଲ ପାଖକୁ ଯାଇଥାନ୍ତି। ଭାଟସାହି ପଞ୍ଚାୟତର ଡିଆଁପଡା ଗ୍ରାମର ପ୍ରହ୍ଲାଦ ଆଜି ସକାଳେ ନିଜ ଘରକୁ ନ ଫେରିବାର ଦେଖି ତାଙ୍କ ସାନପୁଅ ଗଗନ ଜେନା(୧୭) ବାପାଙ୍କୁ ଖୋଜିବା ଲାଗି ବାହାରିଥିଲେ। ସେ ବାପା ପ୍ରହ୍ଲାଦ ଜେନାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବାର ଦେଖିବାକୁ ପାଇଥିଲେ। ତାପରେ ସେ ଏ ବିଷୟରେ ଯାଇ ଗ୍ରାମବାସୀଙ୍କୁ କହିଥିଲେ। ପୁଲିସକୁ ଏନେଇ ଅବଗତ କରାଯାଇଥିଲା । ଘଟଣାସ୍ଥଳରେ ପୁଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking