28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗମାନ୍ୟବର ଗ୍ରୀନ ଟ୍ରିବୁନାଲର ରାୟ କୁ ଶ୍ରମିକ ସଙ୍ଘ ପକ୍ଷରୁ ସ୍ୱାଗତ

ମାନ୍ୟବର ଗ୍ରୀନ ଟ୍ରିବୁନାଲର ରାୟ କୁ ଶ୍ରମିକ ସଙ୍ଘ ପକ୍ଷରୁ ସ୍ୱାଗତ

ଯାଜପୁର -ତା 12.8.2020ରିଖ ସୁକିନ୍ଦା ରୋଡ ରେଲୱେ ଷ୍ଟେସନ ରେ ଆଜକୁ 20ବର୍ଷରୁ ଉର୍ଦ୍ଧ କାରଖାନା ନିମନ୍ତେ ରେଳ ଯୋଗେ କୋଇଲା, ଡୋଲମାଇଟି, ଲୁହା ଗୁଣ୍ଡ ଆସୁଥିବା ବୋଝେଇ ଓ ଖଲାସ କାର୍ଯ୍ୟରେ 500ରୁ ଉର୍ଦ୍ଧ ଶ୍ରମିକ ଏହି କାର୍ଯ୍ୟରେ ନିୟୋଜିତ ହୋଇଆସୁଥିଲେ ! ଏ ଅଞ୍ଚଳ ରେ କେତେକ ପ୍ରଦୂଷଣ ହେଉଛି ବୋଲି ମିଥ୍ୟା ଅଭିଯୋଗ କରି ଗତ ତା ରିଖରେ ମାନ୍ୟବର ଏନ. ଜି. ଟି. ଙ୍କ ନିକଟରେ ଏହି ପ୍ଲଟ କୁ ବନ୍ଦ କରିବାକୁ ଅଭିଯୋଗ କରିଥିଲେ ! କେତେ ଜଣ ନିର୍ଦ୍ଧିଷ୍ଟ ବ୍ୟକ୍ତି କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ନିଜର ସ୍ୱାର୍ଥ ହାସଲ ପାଇଁ କଳକାରଖାନା କତୃପକ୍ଷ ଙ୍କୁ ମନ୍ଦ ଉଦେଶ୍ୟ ରଖି ବାରମ୍ବାର ଅଭିଯୋଗ କରିଆସୁଛନ୍ତି !ନିର୍ଦ୍ଧିଷ୍ଟ କେତେଜଣ ପ୍ରଦୂଷଣ ମାଫିଆ ଏ ଅଞ୍ଚଳ ର ଶିଳ୍ପାୟନ ଓ ଶ୍ରମିକ ମାନଙ୍କ ଜୀବନ ଜୀବିକା ପ୍ରତି ଧ୍ୟାନ ନଦେଇ ନିର୍ଦ୍ଧିଷ୍ଟ ଗୋଟିଏ ଦୈନିକ ସମ୍ବାଦ ପତ୍ରକୁ ହାତ କରି ମିଥ୍ୟା ସମ୍ବାଦ ପ୍ରକାଶିତ କରାଯାଉଛି !ସୁକିନ୍ଦା ରେଲୱେ ଷ୍ଟେସନ ଠାରୁ ଥିବା ବହୁ ଦୂରର ଜଣେ ଯୁବକଙ୍କୁ ହାତକରି ଗ୍ରୀନ ଟ୍ରିବୁନାଲ ରେ ଅଭିଯୋଗ କରିଥିଲେ !ମାନ୍ୟବର କୋର୍ଟ ଙ୍କ ନିର୍ଦେଶାନୁସାରେ ଯାଜପୁର ଜିଲ୍ଲାପାଳ ଓ ପ୍ରଦୂଷଣ ବିଭାଗ ଙ୍କ ପ୍ରତିନିଧି ଦଳ ତଦନ୍ତ କରି ଏକ ରିପୋର୍ଟ ପ୍ରଦାନ କରିଥିଲେ ଏହାକୁ ଆଧାର କରି ଶ୍ରମିକ ମାନଙ୍କ ଜୀବିକା ପ୍ରତି ଧ୍ୟାନ ଦେଇ କେତେ ଗୋଟି ନିର୍ଦ୍ଧିଷ୍ଟ କାର୍ଯ୍ୟ ଦୁଇ ମାସ ମଧ୍ୟରେ ସମ୍ପୂର୍ଣ କରିବା ସହିତ ଏଠାରେ ଚାଲି ଆସୁଥିବା ବୋଝେଇ ଖଲାସ କାର୍ଯ୍ୟ ନିୟମିତ ଚାଲୁରଖିବାର ରାୟ ଚଳିତ ମାସ 8 ତାରିଖରେ ରାୟ ପ୍ରକାଶ ପାଇଛି ଏବଂ ଅଭିଯୋଗ କାରୀଙ୍କ ପିଟିସନ କୁ ଖାରଜ କରିଦିଆଯାଇଛି ! ଏହାକୁ ସ୍ୱାଗତ କରି ସୁକିନ୍ଦା ରୋଡ ଲୋଡିଙ୍ଗ ଅନ ଲୋଡିଙ୍ଗ ଲେବର ୟୁନିଅନ ର ସଭାପତି ବିଦ୍ୟାଧର ମହାନ୍ତି, ସମ୍ପାଦକ ପରମାନନ୍ଦ ସେଠୀ, ଅଭିମନ୍ୟୁ ପାତ୍ର, ଲଷ୍ମୀଧର ପାତ୍ର, ମୁନେଶ୍ୱର ନାୟକ, ଧୂଳିଗଡ଼ ପଞ୍ଚାୟତ ର ସମିତି ସଭ୍ୟା ଆରତୀ ନାୟକ ମାନ୍ୟବର କୋର୍ଟ ଙ୍କ ରାୟ କୁ ସ୍ୱାଗତ କରିବା ସହିତ ଏହାଏକ ଐତିହାସିକ ରାୟ ବୋଲି ଶ୍ରମିକ ସଙ୍ଘ ପକ୍ଷରୁ ପ୍ରକାଶ କରାଯାଇଅଛି !ଯାହା ଦ୍ୱାରା କେବଳ 500 ଶ୍ରମିକ ଙ୍କ ଜୀବିକା ସୁରକ୍ଷିତ ନୁହେଁ 2 ହଜାର ରୁ ଉର୍ଦ୍ଧ ପରିବାର ସଦସ୍ୟ ଙ୍କ ନିମନ୍ତେ ପେଟକୁ ଦାନା ଦେବାର ସୁଯୋଗ ସୃଷ୍ଟି କରିଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking