36.7 C
Bhubaneswar
Tuesday, April 16, 2024
Homeବ୍ରେକୀଙ୍ଗବିଶୁଦ୍ଧ ପାନୀୟଜଳ ପାଇଁ ଡହକ ବିକଳ ହରିପୁର ଓ ଗୋପୀନାଥପୁର ଗ୍ରାମବାସୀ ,ଏଣେ ପାନୀୟଜଳ ପ୍ରକଳ୍ପ...

ବିଶୁଦ୍ଧ ପାନୀୟଜଳ ପାଇଁ ଡହକ ବିକଳ ହରିପୁର ଓ ଗୋପୀନାଥପୁର ଗ୍ରାମବାସୀ ,ଏଣେ ପାନୀୟଜଳ ପ୍ରକଳ୍ପ ହୋଇଛି ବିଭାଗୀୟ ଲେଉଟିଆ କିଆରୀ

ଭୁବନେଶ୍ୱର : ୧୨ ବର୍ଷ ବିତିଚାଲିଛି ହେଲେ କାମରେ ଆସୁନି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ । ଏପଟେ କୋରନା ସଂକ୍ରମଣ କୁ ନେଇ କଟକଣା ଜୋରଦାର ହୋଇଥିବାବେଳେ ପଞ୍ଚାୟତବାସୀଙ୍କ ପାଇଁ ଅସହ୍ୟ ହୋଇପଡ଼ିଲାଣି ଜଳ ସଙ୍କଟ ।ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ ପଞ୍ଚାୟତ ହରିପୁର ଓ ଗୋପୀନାଥପୁର ପାନୀୟଜଳ ପ୍ରକଳ୍ପ କାର୍ଯ୍ୟରେ । ଦୀର୍ଘ୧୨ବର୍ଷରୁ ଅଧିକ ବର୍ଷ ହେଲା ଏହି ଦୁଇ ଗ୍ରାମକୁ ବିଶୁଦ୍ଧ ଜଳ ଯୋଗାଇ ଦେବାପାଇଁ ନିର୍ମାଣ କରାଯାଇଛି ଜଳ ଯୋଗାଣ ପ୍ରକଳ୍ପ । ତେବେ ନିର୍ମାଣ ଆରମ୍ଭରୁ ଭୂତଳ ଜଳସ୍ତର ବହୁ ତଳେ ଥିବାରୁ ପ୍ରକଳ୍ପଟି ଅଚଳ ହୋଇପଡ଼ିଛି । ଅଚଳ ପ୍ରକଳ୍ପ ପମ୍ପ ହାଉସ ଚାରିପଟେ ଏକପ୍ରକାର ଜଙ୍ଗଲ ମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଭୂତକୋଠି ପାଲଟି ଗଲାଣି। ହେଲେ କାହା ସ୍ୱାର୍ଥରେ ଅଚଳ ପମ୍ପହାଉସ ଦୁଇବର୍ଷ ବ୍ୟବଧାନରେ ରଙ୍ଗ ବୋଲାଯାଇ କିପରି ସରକାରୀ ଅର୍ଥକୁ ହରିଲୁଟ କରାଯାଉଛି ତାହା ତଦନ୍ତ ସାପେକ୍ଷ । ଅନ୍ୟପରି ଗ୍ରାମରେ ନିର୍ମାଣ ହୋଇଥିବା ଷ୍ଟାଣ୍ଡପୋଷ୍ଟ ଗୁଡିକ ଭାଙ୍ଗି ରୁଜି ଚୁରମାର ହୋଇଗଲାଣି । ଜଳ ଯୋଗାଣ ପ୍ରକଳ୍ପ ହେବାଦିନ ଠାରୁ ଲୋକମାନେ ଜଳଯୋଗାଣ ପାଇପ ପାଣି କଣ ବୋଲି ଜାଣିନାହାନ୍ତି । ରିପ୍ୟାରିଙ୍ଗି ନାରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହେଉଥିବାର ଅଭିଯୋଗ କରିଛନ୍ତି ଜନସାଧାରଣ । ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେବେ ହେଲେ ବିଭାଗୀୟ ଅଧିକାରୀ ମାନେ ସମସ୍ୟାର ସମାଧାନ କରିବା ପାଇଁ ତଦନ୍ତ କରିବାକୁ ମଧ୍ୟ ଏଠାରେ ପାଦ ପଡିନାହିଁ ।ନିମ୍ନମାନର ପ୍ରକଳ୍ପ କାର୍ଯ୍ୟ ଯୋଗୁ ୧୨ବର୍ଷ ହେଲା ପଡି ରହିଛି । ଫଳରେ ବିଶୁଦ୍ଧ ପାନୀୟ ଜଳ ପାଇଁ ସାଧାରଣ ଲୋକ ଗାଁ ମୁଣ୍ଡକୁ ପାଣିପାଇ ଯିବାକୁ ପଡୁଛି । ଗ୍ରାମବାସୀ ଏନେଇ ରାଜନେତାଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏହି ପ୍ରକଳ୍ପଟିକୁ ତ୍ୱରାନ୍ୱିତ କରିବାପାଇଁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ଜନସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking