37.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗଏମଏସପିରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ: କେନ୍ଦ୍ର କୃଷି ମନ୍ତ୍ରୀ

ଏମଏସପିରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ: କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସହ ବିଜ୍ଞାନ ଭବନରେ ଆୟୋଜିତ ପଂଚମ ପର୍ଯ୍ୟାୟ ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ସର୍ବନିମ୍ନ ସହାୟତା ମୂଲ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ । ଏନେଇ କୌଣସି ପ୍ରକାର ଆଶଙ୍କା ମଧ୍ୟ ନାହିଁ । ଯଦି କୌଣସି ଚାଷୀ ଏହାକୁ ନେଇ ଦ୍ୱନ୍ଦରେ ଅଛନ୍ତି, ତେବେ ସେ ଏ ସଂକ୍ରାନ୍ତରେ ସରକାରଙ୍କୁ ଜଣାନ୍ତୁ । ସରକାର ଏହାର ସମାଧାନ କରିବାକୁ ପ୍ରସ୍ତୁତ ରହିଛନ୍ତି । ଏମଏସପି (ମିନିମମ ସପୋର୍ଟ ପ୍ରାଇସ)ରେ କିଛି ପରିବର୍ତନ ହେବାର ହିଁ ନାହିଁ । ପ୍ରାୟ ୪୦ କୃଷି ସଂଗଠନକୁ ସରକାର ଆଶ୍ୱାସନା ଦେଇଛନ୍ତି ଯେ, ସେମାନଙ୍କ ଦାବି ଉପରେ ଖୋଲାଖୋଲି ଭାବରେ ଆଲୋଚନା କରାଯିବ ଏବଂ ବିଚାର ମଧ୍ୟ କରାଯିବ । ଏମଏସପି ସିଷ୍ଟମ ଜାରି ରହିବ ବୋଲି ସେ କହିଛନ୍ତି । ଶନିବାର କୃଷକ ନେତାମାନଙ୍କ ସହ ପଂଚମ ପର୍ଯ୍ୟାୟ ଆଲୋଚନା ପରେ ଡିସେମ୍ବର ୯ ତାରିଖରେ ମଧ୍ୟ ଏନେଇ ପୁଣି ଏକ ବୈଠକ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking