36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟିଲେ ଗୁଗଲ୍ ସିଇଓ

ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟିଲେ ଗୁଗଲ୍ ସିଇଓ

ୱାଶିଂଟନ: ବିଶ୍ୱର ସର୍ବବୃହତ୍ ସର୍ଚ୍ଚ ଇଞ୍ଜିନ ଗୁଗଲ୍ ସିଇଓ ସୁନ୍ଦର ପିଚାଇ ଶନିବାର ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନ୍‌ଜିତ ସିଂହ ସାନ୍ଧୁଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡିଛି । ଏହି ଅବସରରେ ପିଚାଇ ଭାରତରେ ଗୁଗଲ୍‌ର ବ୍ୟବସାୟିକ କାର୍ଯ୍ୟକ୍ରମ ସମ୍ପର୍କରେ ସାନ୍ଧୁଙ୍କୁ ଅବଗତ କରାଇଛନ୍ତି । ଭାରତୀୟ ମାର୍କେଟରେ ଦ୍ରୁତ ଡିଜିଟାଇଜେସନ ପାଇଁ ଗୁଗଲ୍ ଅଭିଯାନ ଆରମ୍ଭ କରିଥିବା ସେ କହିଛନ୍ତି । ଏଥିପାଇଁ ପିଚାଇଙ୍କ ବ୍ୟକ୍ତିଗତ ଉଦ୍ୟମକୁ ସାନ୍ଧୁ ପ୍ରଶଂସା କରିଛନ୍ତି । ପିଚାଇ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଭାରତୀୟ ମାର୍କେଟରେ ଗୁଗଲ୍‌ର ପୁଞ୍ଜି ନିବେଶ ଯଥେଷ୍ଟ ବୃଦ୍ଧି ପାଇଛି । ଭାରତରେ ଡିଜିଟାଇଜେସନ ପାଇଁ କମ୍ପାନୀ ପକ୍ଷରୁ ୧୦୦ କୋଟି ଡଲାର ବ୍ୟୟବରାଦ କରାଯାଇଛି । ପିଚାଇଙ୍କୁ ଚଳିତବର୍ଷ ପଦ୍ମଭୂଷଣରେ ସମ୍ମାନିତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking