34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ଆକଳନ: ୨୦୨୨-୨୩ରେ ଅଭିବୃଦ୍ଧି ହାର ୭% ଟପିବ

ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ଆକଳନ: ୨୦୨୨-୨୩ରେ ଅଭିବୃଦ୍ଧି ହାର ୭% ଟପିବ

ମୁମ୍ବାଇ: ଚଳିତ ଆର୍ôଥକବର୍ଷ (୨୦୨୨-୨୩) ସୁଦ୍ଧା ଭାରତର ଅଭିବୃଦ୍ଧି ହାର ୭ ପ୍ରତିଶତ ଟପିବ ବୋଲି ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି.ଅନନ୍ତ ନାଗେଶ୍ୱରନ କହିଛନ୍ତି । ଚଳିତବର୍ଷ ଜାନୁଆରୀରେ ସାଧାରଣ ବଜେଟ୍ ଆଗତ ପୂର୍ବରୁ ଜାରି କରାଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅଭିବୃଦ୍ଧି ହାର ୮ରୁ ୮.୫ ପ୍ରତିଶତ ମଧ୍ୟରେ ରହିବ ବୋଲି ଆକଳନ କରାଯାଇଥିଲା । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ କିନ୍ତୁ ଏହି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବ ବୋଲି ଭବିଷ୍ୟବାଣୀ କରିଥିଲା । ଏଠାରେ ଆୟୋଜିତ ଗ୍ଲୋବାଲ ଫିନ୍‌ଟେକ୍ ଫେଷ୍ଟ୍‌ରେ ଯୋଗଦେବା ଅବସରରେ ଅନନ୍ତ ଆହୁରି କହିଛନ୍ତିି ଯେ ସମଗ୍ର ବିଶ୍ୱ ବର୍ତ୍ତମାନ କୋଭିଡ୍ ପରବର୍ତ୍ତୀ ସ୍ଥିତିର କୁପ୍ରଭାବର ଶିକାର ହେଉଛି । ପରିସ୍ଥିତି ଯାହା ହେଉନା କାହିଁକି, ଚଳିତ ଦଶନ୍ଧି (୨୦୩୦) ସୁଦ୍ଧା ଭାରତର ବାର୍ଷିକ ଅଭିବୃଦ୍ଧି ହାର ୭ ପ୍ରତିଶତ ଉପରେ ରହିବ ବୋଲି ଅନନ୍ତ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସରକାର ବର୍ତ୍ତମାନ ଆର୍ôଥକ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରୁଥିବାରୁ ଏହାର ଅନୁକୂଳ ପ୍ରଭାବ ଅଭିବୃଦ୍ଧି ଉପରେ ନିଶ୍ଚିତ ପଡିବ ବୋଲି ଅନନ୍ତ କହିଛନ୍ତି । ବଳିଷ୍ଠ ଅର୍ଥନୀତି ପ୍ରସ୍ତୁତ କରିବାକୁ ସରକାର ବର୍ତ୍ତମାନ ଘରୋଇ ଉଦ୍ୟୋଗ ସହ ହାତ ମିଳାଇବାକୁ ଉଚିତ ମଣୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking