37.2 C
Bhubaneswar
Friday, April 19, 2024
Homeଦେଶ ବିଦେଶଚଳିତ ବର୍ଷ ମହାରାଷ୍ଟ୍ରରେ ରେକର୍ଡ ଚିନି ଉତ୍ପାଦନ

ଚଳିତ ବର୍ଷ ମହାରାଷ୍ଟ୍ରରେ ରେକର୍ଡ ଚିନି ଉତ୍ପାଦନ

ମୁମ୍ବାଇ: ଚିନି ଉତ୍ପାଦନ କ୍ଷେତ୍ରରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ମହାରାଷ୍ଟ୍ର କ୍ରମାଗତ ଦ୍ୱିତୀୟ ବର୍ଷ ଏହି ରେକର୍ଡ ବଜାୟ ରଖିବାକୁ ଯାଉଛି । ଚଳିତ ସିଜିନରେ ମହାରାଷ୍ଟ୍ରରେ ୧୩.୮ନିୟୁତ ଟନ୍ ଚିନି ଉତ୍ପାଦିତ ହେବ ବୋଲି ଆକଳନ କରାଯାଇଛି । ପୂର୍ବ ସିଜିନ ତୁଳନାରେ ଏହା ୧୩.୭ ନିୟୁତ ଟନ୍ ଅଧିକ ବୋଲି କୁହାଯାଉଛି । ଅକ୍ଟୋବର ୧୫ରୁ ରାଜ୍ୟରେ ଥିବା ଚିନିକଳ ଗୁଡିକ ଆଖୁପେଡା କାର୍ଯ୍ୟ ଆରମ୍ଭ କରିବେ । ଏହା ପ୍ରାୟ ୫ ମାସ ଧରି ଚାଲିବ । ଆସନ୍ତା ଅକ୍ଟୋବରରେ ଚିନି ରପ୍ତାନି ଋତୁ ଆରମ୍ଭ ହେଉଥିବାବେଳେ ଭାରତ ସରକାର ପ୍ରଥମ ଦଫାରେ ୫ ନିୟୁତ ଟନ୍ ଚିନି ରପ୍ତାନି କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଉତ୍ପାଦନ ବୃଦ୍ଧି ପାଇଲେ, ଘରୋଇ ମାର୍କେଟରେ ଚିନି ମୂଲ୍ୟରେ ହ୍ରାସ ଘଟିବ ବୋଲି ମଧ୍ୟ ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking