40.1 C
Bhubaneswar
Tuesday, April 30, 2024
Homeଖେଳବାଦ୍ ପଡ଼ିପାରନ୍ତି ଗ୍ଲେନ୍ ମାକ୍ସୱେଲ୍

ବାଦ୍ ପଡ଼ିପାରନ୍ତି ଗ୍ଲେନ୍ ମାକ୍ସୱେଲ୍

ବେଙ୍ଗାଲୁରୁ : ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ପାଇଁ ଚଳିତ ଆଇପିଏଲ୍ ସିଜନ୍ ବିଲକୁଲ୍ ଖରାପ ରହିଛି । ପରାଜୟରୁ ଟିମ୍‌ର ଅଭିଯାନ ଆରମ୍ଭ ହୋଇଥିଲା । ଏହାପରେ ଗୋଟିଏ ମ୍ୟାଚ୍ ଜିତିବାରେ ଟିମ୍ ସଫଳ ହୋଇଥିଲେ ମଧ୍ୟ ପରବର୍ତ୍ତୀ ୪ଟି ମ୍ୟାଚ୍‌ରେ ଟିମ୍‌କୁ ଲଗାତାର ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ଏହା ମଧ୍ୟରେ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଗ୍ଲେନ୍ ମାକ୍ସୱେଲ୍ ଆହତ ହୋଇଥିବା ଖବର ପ୍ରକାଶ ପାଇଛି । ଏହି କାରଣରୁ ଆଗାମୀ କେତୋଟି ମ୍ୟାଚ୍ ସେ ଖେଳିନପାରନ୍ତି । ଅବଶ୍ୟ ତାଙ୍କ ଆଘାତର ଗମ୍ଭୀରତା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଆର୍‌ସିବି ମାକ୍ସୱେଲ୍‌ଙ୍କୁ ୧୧ କୋଟି ଟଙ୍କାରେ ନିଜ ସହ ସାମିଲ କରିଥିବା ବେଳେ ଚଳିତ ସିଜନ୍‌ରେ ତାଙ୍କ ପ୍ରଦର୍ଶନ ବହୁ ଖରାପ ରହିଛି । ଯଦିଓ ସେ ବୋଲିଂରେ କେତୋଟି ୱିକେଟ୍ ହାସଲ କରିଛନ୍ତି, ତେବେ ତାଙ୍କ ବ୍ୟାଟ୍ ସମ୍ପୂର୍ଣ୍ଣ ଚୁପ୍ ରହିଛି । ଏହା ମଧ୍ୟରେ ସେ ତିନିଥର ଶୂନ୍ୟରେ ମଧ୍ୟ ଆଉଟ୍ ହୋଇଛନ୍ତି । ମୁମ୍ବାଇ ବିପକ୍ଷରେ ଫିଲ୍ଡିଂ ବେଳେ ସେ ଆହତ ହୋଇଥିଲେ । ଏପରି କି ସେ ତିନିଟି କ୍ୟାଚ୍ ମଧ୍ୟ ହାତଛଡ଼ା କରିଥିଲେ ଏବଂ ଏହାପରେ ସେ ଡଗ୍‌ଆଉଟ୍ ଫେରିଯାଇଥିଲେ । ଏବେ ଜଣାପଡ଼ିଛି ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଛି ଏବଂ ସେ କେତୋଟି ମ୍ୟାଚ୍ ଖେଳିନପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking