29.1 C
Bhubaneswar
Wednesday, May 1, 2024
Homeଖେଳୱାଙ୍ଖେଡେରେ ରୋହିତଙ୍କ କୀର୍ତ୍ତିମାନ

ୱାଙ୍ଖେଡେରେ ରୋହିତଙ୍କ କୀର୍ତ୍ତିମାନ

ମୁମ୍ବାଇ: ଗୁରୁବାରର ଆର୍‌ସିବି ବିପକ୍ଷ ମ୍ୟାଚ୍‌ରେ ରୋହିତ ଶର୍ମା ଏକ ବଡ଼ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ଟି-୨୦ କେବଳ ବିରାଟ କୋହଲି ଏହା କରିବାକୁ ସଫଳ ହୋଇଛନ୍ତି । ଆର୍‌ସିବି ବିପକ୍ଷ ରୋହିତଙ୍କ ୩୮ ରନ୍‌ର ଇନିଂସ୍‌ରେ ୩ଟି ଚୌକା ବ୍ୟତୀତ ୩ଟି ଆକର୍ଷଣୀୟ ଛକା ମଧ୍ୟ ସାମିଲ ଥିଲା । ଏହାପରେ ତାଙ୍କ ନାମରେ ଗୋଟିଏ ଗ୍ରାଉଣ୍ଡ୍‌ରେ ୧୦୦ ଟି-୨୦ ଫର୍ମାଟ୍‌ରେ ୧୦୦ ଛକା ରେକର୍ଡ ହୋଇଛି । ଏହା କରିବାରେ ସେ ବିଶ୍ୱ କ୍ରିକେଟ୍‌ରେ ଅଷ୍ଟମ ଖେଳାଳି ହୋଇଛନ୍ତି । ରୋହିତଙ୍କ ପୂର୍ବରୁ ଭାରତ ପାଇଁ ଏହି କୀର୍ତ୍ତିମାନ ବିରାଟ କୋହଲି କରିଥିଲେ । ତାଙ୍କ ନାମରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ ୧୩୨ ଛକା ରହିଛି । ଏହି ତାଲିକାରେ ଭାରତ ପକ୍ଷରୁ ତୃତୀୟ ସ୍ଥାନରେ ପୂର୍ବତନ କ୍ୟାପ୍‌ଟେନ୍ ଏମ୍‌ଏସ୍ ଧୋନିଙ୍କ ନାମ ରହିଛି । ସେ ବର୍ତ୍ତମାନ ସୁଦ୍ଧା ଟି-୨୦ ଫର୍ମାଟ୍‌ରେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ୭୩ ଛକା ମାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking