34.1 C
Bhubaneswar
Wednesday, May 1, 2024
Homeଖେଳଶେଫ୍‌-ଡି-ମିଶନ୍ ପଦରୁ ମେରୀ କମ୍‌ଙ୍କ ଇସ୍ତଫା; ଖୁବ୍‌ଶୀଘ୍ର ନୂଆ ନାମ ଘୋଷଣା ହେବ: ପିଟି ଉଷା

ଶେଫ୍‌-ଡି-ମିଶନ୍ ପଦରୁ ମେରୀ କମ୍‌ଙ୍କ ଇସ୍ତଫା; ଖୁବ୍‌ଶୀଘ୍ର ନୂଆ ନାମ ଘୋଷଣା ହେବ: ପିଟି ଉଷା

ନୂଆଦିଲ୍ଲୀ: ବକ୍ସିଂ ଲିଜେଣ୍ଡ୍ ମେରି କମ୍ ବ୍ୟକ୍ତିଗତ କାରଣରୁ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପାଇଁ ଭାରତର ଶେଫ୍‌-ଡି-ମିଶନ୍ ପଦରୁ ଇସ୍ତଫା ଦେଇଛନ୍ତି । ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ଅଧ୍ୟକ୍ଷ ପିଟି ଉଷା ଶୁକ୍ରବାର ଏହି ଘୋଷଣା କରିଛନ୍ତି । ପିଟି ଉଷାଙ୍କୁ ଲେଖିଥିବା ପତ୍ରରେ ମେରୀ କମ୍ କହିଛନ୍ତି ଯେକୌଣସି ପ୍ରକାରେ ନିଜ ଦେଶର ସେବା କରିବା ମୋ ପାଇଁ ସମ୍ମାନର ବିଷୟ ଏବଂ ଏଥିପାଇଁ ମାନସିକ ରୂପେ ପ୍ରସ୍ତୁତ ଥିଲି । ତେବେ ଦୁଃଖର ଏହି ଦାୟିତ୍ୱ ତୁଲାଇବା ପାଇଁ ମୁଁ ସକ୍ଷମ ହୋଇପାରିବି ନାହିଁ ଏବଂ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେବାକୁ ଇଚ୍ଛାପ୍ରକାଶ କରୁଛି ।
ଆଇଓଏ ଅଧ୍ୟକ୍ଷ ପିଟି ଉଷା ଏକ ବୟାନରେ କହିଛନ୍ତି, ଅଲିମ୍ପିକ୍ ପଦକ ବିଜୟିନୀ ବକ୍ସର୍ ଏବଂ ଆଇଓଏ ଆଥ୍‌ଲେଟ୍ସ କମିଶନ୍ ଅଧ୍ୟକ୍ଷ ମେରୀ କମ୍ ବ୍ୟକ୍ତିଗତ କାରଣରୁ ଦାୟିତ୍ୱରୁ ଓହରି ଯାଇଛନ୍ତି । ଆମେ ତାଙ୍କ ନିଷ୍ପତ୍ତି ଏବଂ ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ କରୁଛୁ । ମୁଁ ବୋର୍ଡରେ ଆଲୋଚନା ମାଧ୍ୟମରେ ଖୁବ୍‌ଶୀଘ୍ର ତାଙ୍କ ବଦଳରେ ନାମ ଘୋଷଣା କରିବି ।
ଶେଫ୍‌-ଡି-ମିଶନ୍ ଭାବରେ ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ଛଅ ଥରର ବିଶ୍ୱ ଚାମ୍ପିଅନ୍ ତଥା ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ୍ ପଦକ ବିଜୟିନୀ ବକ୍ସର୍ ମେରୀ କମ୍‌ଙ୍କୁ ଭାରତୀୟ ଟିମ୍‌ର ଲିଡର ଏବଂ ପ୍ରତିନିଧି ରୂପେ କାମ କରିବାର ଥିଲା । ଗେମ୍ସରେ ସେ ଦେଶର ସମସ୍ତ ଆଥ୍‌ଲେଟ୍‌ଙ୍କ ଅଂଶଗ୍ରହଣ ସହିତ କୋ-ଅର୍ଡିନେସନ୍ ଏବଂ ମ୍ୟାନେଜମେଣ୍ଟ୍ ଦାୟିତ୍ୱ ତୁଲାଇଥାନ୍ତେ ।
ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଆଇଓଏ ମେରୀ କମ୍‌ଙ୍କୁ ଶେଫ୍‌-ଡି-ମିଶନ୍ ଭାବେ ନିଯୁକ୍ତ କରିଥିଲା । ଆଇଓଏ ଅନୁସାରେ ପ୍ୟାରିସ୍‌ରେ ହେବାକୁ ଥିବା ଇଭେଣ୍ଟ୍‌ରେ ଭାରତୀୟ ଆଥ୍‌ଲେଟ୍‌ଙ୍କୁ ମାର୍ଗଦର୍ଶନ କରିବା ନିମନ୍ତେ ସେ ସ୍ୱାଭାବିକ ପସନ୍ଦ ଥିଲେ । ସେହିପରି ଶିବା କେଶବନ୍‌ଙ୍କୁ ତାଙ୍କ ଡେପୁଟି ଭାବେ କାମ କରିବାକୁ ସଂଘ ପ୍ରସ୍ତୁତ କରିଥିଲା । ଅନ୍ୟପକ୍ଷରେ ଅନୁଭବୀ ଟେବଲ୍ ଟେନିସ୍ ଖେଳାଳି ତଥା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ ଶରତ କମଳ ଭାରତର ଧ୍ୱଜାବାହକ ହେବେ । ତେବେ ମହିଳା ଧ୍ୱଜାବାହନଙ୍କ ନାମ ପରେ ଘୋଷଣା କରାଯିବ । କାରଣ ଗେମ୍ସ ପାଇଁ ଏବେ ଆହୁରି କେତେକ କୋଟାସ୍ଥାନ ପୂରଣ କରାଯାଇ ନାହିଁ । ଭିନ୍ନ ଭିନ୍ନ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ଭାରତର ୪୦ରୁ ଊର୍ଦ୍ଧ୍ୱ ଆଥ୍‌ଲେଟ୍ ପ୍ୟାରିସ୍ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking