27.1 C
Bhubaneswar
Saturday, July 27, 2024
Homeଖେଳବିନେଶ ଫୋଗଟ୍‌ଙ୍କ ସଙ୍ଗୀତ ଅଭିଯୋଗ; ଡୋପ୍‌ରେ ଫସାଇବାକୁ ଷଡ଼ଯନ୍ତ୍ର ଚାଲିଛି

ବିନେଶ ଫୋଗଟ୍‌ଙ୍କ ସଙ୍ଗୀତ ଅଭିଯୋଗ; ଡୋପ୍‌ରେ ଫସାଇବାକୁ ଷଡ଼ଯନ୍ତ୍ର ଚାଲିଛି

ପାନିପତ: ରାଜ୍ୟଗୋଷ୍ଠୀ ତଥା ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜୟିନୀ ପହେଲମାନ ବିନେଶ ଫୋଗଟ୍ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି । ଏହା ସହିତ ତାଙ୍କୁ ଡୋପ୍‌ରେ ଫସାଇବାକୁ ଡବ୍‌ଲ୍ୟୁଏଫ୍‌ଆଇର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହ ଷଡ଼ଯନ୍ତ୍ର ଚଳାଇଥିବାର ଏକ ସଙ୍ଗୀତ ଅଭିଯୋଗ କରିଛନ୍ତି । ବିନେଶ କହିଛନ୍ତି, ଏପ୍ରିଲ୍ ୧୯ରୁ ଏସିଆନ୍ ଅଲିମ୍ପିକ୍ କ୍ୱାଲିଫାଇଙ୍ଗ୍ ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବ । ମାତ୍ର ଏକମାସ ଧରି ମୋ କୋଚ୍ ଏବଂ ଫିଜିଓଙ୍କୁ ମାନ୍ୟତା ଦେବା ପାଇଁ ସାଇ, ଟପ୍ସ ସମେତ ଭାରତ ସରକାରଙ୍କୁ ଅନୁରୋଧ କରିଆସୁଥିଲେ ମଧ୍ୟ କୌଣସି ଜବାବ ମିଳୁନାହିଁ । କେହି ସହାଯୋଗ କରିବାକୁ ପ୍ରସ୍ତୁତ ନାହାନ୍ତି । ବ୍ରିଜ୍‌ଭୂଷଣ ଏବଂ ତାଙ୍କ ପାଖଲୋକ ଏବେକାର ସଂଘ ସଭାପତି ସଞ୍ଜୟ ସିଂହ ମୋତେ ଅଲିମ୍ପିକ୍ସରୁ ରୋକିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଚଳାଇଛନ୍ତି । ସେ ଆହୁରି କହିଛନ୍ତି, ଟିମ୍‌ରେ ଥିବା ସମସ୍ତ କୋଚ୍ ବ୍ରିଜ୍‌ଭୂଷଣଙ୍କ ଲୋକ । ତେଣୁ ମ୍ୟାଚ୍‌ବେଳେ ପାଣିରେ କିଛି ମିଶାଇ ମୋତେ ପିଆଇ ନଦେବେ ବୋଲି କୁହାଯାଇନପାରେ । ମୋତେ ଡୋପ୍‌ରେ ଫସାଇବାକୁ ଉଦ୍ୟମ ହେଉଛି ବୋଲି କହିବା କିଛି ଭୁଲ ହେବନି । ଆମକୁ ମାନସିକ ରୂପେ ପ୍ରତାଡ଼ିତ କରାଯାଉଛି । ଆଶା କରୁଛି ଦେଶ ପାଇଁ ଖେଳିବାକୁ ଯିବା ପୂର୍ବରୁ ଆମକୁ ନ୍ୟାୟ ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking