41.1 C
Bhubaneswar
Tuesday, April 30, 2024
Homeଖେଳମନିକା-ସାଥିୟାନ୍ ଯୋଡ଼ି ପରାଜିତ; ପ୍ୟାରିସ୍ ଅଲିମ୍ପିକ୍ ସମ୍ଭାବନା ମଉଳିଲା

ମନିକା-ସାଥିୟାନ୍ ଯୋଡ଼ି ପରାଜିତ; ପ୍ୟାରିସ୍ ଅଲିମ୍ପିକ୍ ସମ୍ଭାବନା ମଉଳିଲା

ନୂଆଦିଲ୍ଲୀ : ଚେକ୍ ଗଣତନ୍ତ୍ରର ହାଭିରୋଭ୍‌ରେ ଚାଲିଥିବା ୱାର୍ଲ୍ଡ ମିକ୍ସଡ୍ ଡବଲ୍ସ ଅଲିମ୍ପିକ୍ କ୍ୱାଲିଫିକେସନ୍ ଇଭେଣ୍ଟ୍‌ର ଷ୍ଟେଜ୍‌-୨ କ୍ୱାର୍ଟର୍ ଫାଇନାଲ୍‌ରେ ଭାରତର ଜି. ସାଥିୟାନ୍ ଓ ମନିକା ବତ୍ରାଙ୍କ ଯୋଡ଼ି ପରାଜିତ ହୋଇଛନ୍ତି । ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ମାଲେସିଆର ଜାଭେନ୍ ଚୁଙ୍ଗ୍ ଓ କାରେନ୍ ଲିନେ ଭାରତୀୟ ଯୋଡ଼ିକୁ ୧୧-୯, ୧୧-୯, ୧୧-୯, ୭-୧୧, ୧୧-୮ରେ ପରାଜିତ କରିଛନ୍ତି । ଏହି ପରାଜୟ ପରେ ଭାରତୀୟ ଯୋଡ଼ିଙ୍କ ପ୍ୟାରିସ୍ ଅଲିମ୍ପିକ୍ ଖେଳିବା ସମ୍ଭାବନା ପ୍ରାୟତଃ ଶେଷ ହୋଇଛି । ଚୁଙ୍ଗ୍ ଓ ଲିନେଙ୍କ ଡାହାଣ-ବାମ କମ୍ବିନେସନ୍ ଆଗରେ ମ୍ୟାଚ୍‌ର ପ୍ରାୟ ଭାଗରେ ସାଥିୟାନ୍ ଓ ମନିକା ଫିକା ପଡ଼ିଯାଇଥିଲେ । ଫୋରହ୍ୟାଣ୍ଡ୍ ଓ ବ୍ୟାକ୍‌ହ୍ୟାଣ୍ଡ୍‌ରେ ମନିକା ଅନେକ ତ୍ରୁଟି କରିଥିଲେ । ସାଥିୟାନ୍ ମଧ୍ୟ ଚାପରେ ଥିବା ଦୃଶ୍ୟମାନ ହେଉଥିଲା । ତୃତୀୟ ଗେମ୍‌ରେ ଏକଦା ୬-୧୦ରେ ପଛୁଆ ଥିବା ସାଥିୟାନ୍‌-ମନିକା ସଂଘର୍ଷ କରି ବ୍ୟବଧାନ ୯-୧୦ କରିଥିଲେ । ତେବେ ମନିକା ସର୍ଭିସ୍‌ରେ ଚୁଙ୍ଗ୍ ଏକ ଫୋର୍‌ହ୍ୟାଣ୍ଡ୍ କ୍ରସ୍‌-କୋର୍ଟ ଜରିଆରେ ଗେମ୍ ହାତେଇଥିଲେ । ଭାରତୀୟ ଯୋଡ଼ି ଚତୁର୍ଥ ଗେମ୍ ଜିତି କିଛିଟା ଆଶା ସଞ୍ଚାର କରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking