33.1 C
Bhubaneswar
Tuesday, April 30, 2024
Homeଓଡିଶାପୁଣି ପାରଦ ହେବ ଉପରମୁହାଁ, ବଢ଼ିବ ୪୩ରୁ ୪୫ ଡିଗ୍ରି ତାପମାତ୍ରା

ପୁଣି ପାରଦ ହେବ ଉପରମୁହାଁ, ବଢ଼ିବ ୪୩ରୁ ୪୫ ଡିଗ୍ରି ତାପମାତ୍ରା

ଭୁବନେଶ୍ୱର: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ୧୭ରୁ ୨୦ ତାରିଖ ଯାଏ ତାପମାତ୍ରା ବହୁ ଅଧିକ ରହିବ । ୪୩ ରୁ ୪୫ ଡିଗ୍ରି ଛୁଇଁବ ତାପମାତ୍ରା । ଅସହ୍ୟ ପାଣିପାଗ ସ୍ଥିତି ସୃଷ୍ଟି ହେବ । ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୬ଂରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଏହାଦ୍ୱାରା ପୁଣି ଥରେ ତାପମାତ୍ରା ୪୦ ଡିଗ୍ରୀ ମୁହାଁ ହେବ । ଅନ୍ୟପଟେ ୧୩ରୁ ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ହେବା କାରଣରୁ ୧୫ ତାରିଖଠାରୁ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ ସୂଚନା ମିଳିଛି । ଗ୍ରୀଷ୍ମ ପ୍ରବାହ ପୂର୍ବରୁ ୧୪ ତାରିଖରୁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ରାତି ଅନୁଭୂତ ହେବା ନେଇ ମଧ୍ୟ କେନ୍ଦ୍ର ଆକଳନ ଜାରି କରିଛି ।୧୪, ୧୫ ଓ ୧୬ ତାରିଖରେ ହିଟ୍ ୱେଭ୍ ପାଇଁ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଏପ୍ରିଲ ୧୭ ରୁ ୨୦ ଯାଏଁ ସାଙ୍ଘାତିକ ସ୍ଥିତି ହେବ ବୋଲି କୁହାଯାଇଛି । ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଘୋଷଣା ହେବା ସହ ଆଭ୍ୟନ୍ତରୀଣ ଓଡିଶାରେ ବର୍ତ୍ତମାନ ତାପମାତ୍ରାଠୁ ୧୫ ଡିଗ୍ରୀ ଯାଏଁ ବଢିବ ପାରଦ । କିଛି ସ୍ଥାନରେ ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ପହଞ୍ଚିବା ସହ ଅସହ୍ୟ ପାଣିପାଗ ସ୍ଥିତି ସୃଷ୍ଟି ହୋଇପାରେ । ଅନ୍ୟପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ କାଳବୈଶାଖୀ ଜନିତ ହାଲୁକା ବର୍ଷା ନେଇ ମଧ୍ୟ କେନ୍ଦ୍ର ଆକଳନ କରିଛି । ଶୁକ୍ରବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର ଓ ନୂଆପଡ଼ାରେ ହାଲୁକା ବର୍ଷା ନେଇ ପାଣିପାଗ କେନ୍ଦ୍ର କହିଛି ।
ଶୁକ୍ରବାର ବାଲେଶ୍ୱରର ତାପମାତ୍ରା ୩୫ଂ ରେକର୍ଡ କରାଯାଇଛି । ସେହିପରି କଟକ ୩୪ଂ, ଭୁବନେଶ୍ୱର ୩୬.୨ଂ, ଝାରସୁଗୁଡା ୩୧.୬ଂ, କେନ୍ଦୂୁଝର ୩୨ଂ, ଭବାନୀପାଟଣା ୩୦.୫ଂ, ବଲାଙ୍ଗୀର ୩୦.୫ଂ, ଟିଟିଲାଗଡ ୩୦.୫ଂ, ମାଲକାନଗିରି ୩୧.୫ଂ, ନୟାଗଡ ୩୩.୫ଂ, ବୌଦ୍ଧ ୩୦.୮ଂ, ପାରଳାଖେମୁଣ୍ଡି ୩୭.୮ଂ, ଢ଼େଙ୍କାନାଳ ୩୧.୭ଂ, ଜଗତସିଂପୁର ୩୬ଂ, କେନ୍ଦ୍ରାପଡା ୩୫.୪ଂ ରେକର୍ଡ କରାଯାଇଛି । ଅପରପକ୍ଷେ ଗତ ୨୪ଘଣ୍ଟାରେ ନୂଆପଡାରେ ସର୍ବାଧିକ ୧୫.୬ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳରେ ୧ମିମି, କେନ୍ଦୁଝରରେ ୧.୪ମିମି, ସମ୍ବଲପୁରରେ ୧.୪ମିମି, ସୋନପୁରରେ ୧.୬ମିମି, ବୌଦ୍ଧରେ ୩ମିମି, ଢ଼େଙ୍କାନାଳରେ ୨ମିମି, ବରଗଡରେ ୧.୬ମିମି, ଦେବଗଡରେ ୨ମିମି ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking